ଓଡିଶା

odisha

ଅସଜଡା ସଡକର ଚିତ୍ର, ରାସ୍ତା ସମସ୍ୟାରେ ହନ୍ତସନ୍ତ ଓସ୍ତପୁରା ଗ୍ରାମବାସୀ

By

Published : Jan 15, 2020, 12:19 PM IST

Updated : Jan 15, 2020, 5:39 PM IST

ଲୋକଙ୍କ ଯାତାୟତ ସୁବିଧା ପାଇଁ ସରକାର ଗ୍ରାମଞ୍ଚଳ ଓ ସହରାଞ୍ଚଳକୁ ସଂଯୋଗ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି। ମାତ୍ର ଯୋଜନା ସଠିକ ଭାବେ ସଫଳ ରୂପାୟନ ହୋଇ ପାରୁନଥିବା କାରଣରୁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାର ଉଦାହରଣ ଦେଖା ଯାଇଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଓସ୍ତପୁରା ଗ୍ରାମ ରାସ୍ତାରେ। ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ସମସ୍ତେ କେବଳ ଭରସା ଓ ଆଶା ଦେଖାଇ ଚାଲୁଛନ୍ତି। ମାତ୍ର ରାସ୍ତା ଗ୍ରାମବାସୀଙ୍କ ଦୁଃଖ ପାଲଟିଛି। ଅଧିକ ପଢନ୍ତୁ...

major-road-problems-in-keonjhar-district-ostapura-village
ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ଲୋକଙ୍କ ଯାତାୟତ ସୁବିଧା ପାଇଁ ସରକାର ଗ୍ରାମଞ୍ଚଳ ଓ ସହରାଞ୍ଚଳକୁ ସଂଯୋଗ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି। ମାତ୍ର ଯୋଜନା ସଠିକ ଭାବେ ସଫଳ ରୂପାୟନ ହୋଇ ପାରୁନଥିବାରୁ ସାଧାରଣ ଲୋକେ ଏହା ଦ୍ବାରା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାର ଉଦାହରଣ ଦେଖା ଯାଇଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଓସ୍ତପୁରା ଗ୍ରାମ ରାସ୍ତାରେ। ମରାମତି ଅଭାବରୁ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି। ରାସ୍ତା ନିର୍ମାଣ ଦିଗରେ ପ୍ରଶାସନର ଉଦାସୀନତା କରାଣରୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି।

ଅସଜଡା ସଡକର ଚିତ୍ର, ଓସ୍ତପୁରା ଗ୍ରାମବାସୀ ରାସ୍ତା ସମସ୍ୟାରେ ହନ୍ତସନ୍ତ
ବଡ଼ ବଡ଼ ଖାଲ ଯୋଗୁଁ ପ୍ରତ୍ୟେହ ସ୍କୁଲ, କଲେଜ ଛାତ୍ରୀଛାତ୍ର, ବାଇକ୍‌ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବର୍ଷାହେଲେ ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ ଓ ସଙ୍କଟାପନ୍ନ ରହୁଛି। ପିଲାଏ ସ୍କୁଲ ଯାଇ ପାରୁନାହାଁନ୍ତି, ଗାଁ ଭିତରକୁ ପଶି ପାରୁନି ଆମ୍ବୁଲାନ୍ସ। ଅତିଷ୍ଠ ଗ୍ରାମବାସୀଙ୍କ ଅଭିଯୋଗ ସରକାରୀ ପ୍ରତିଶ୍ରୁତିର ଫାଇଲ ତଳେ ହଜିଯାଉଛି। ହାରି ଗୁହାରି କରି କରି ଦହଗଞ୍ଜ ହୋଇସାରିଲେଣି ଗ୍ରାମବାସୀ । ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ସମସ୍ତେ କେବଳ ଭରସା ଓ ଆଶା ଦେଖାଇ ଚାଲୁଛନ୍ତି । ମାତ୍ର ରାସ୍ତା ସେମିତି ଗ୍ରାମବାସୀଙ୍କ ଦୁଃଖ ପାଲଟିଛି।

ବିଡିଓ ଅନେକ ଦିନର ସଡକ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଅସଜଡା ସଡକ ପୁଣି କେତେ ଦିନ ଯାଏଁ ଗ୍ରାମବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି ତାହା ପ୍ରଶାସନର ପ୍ରତିଶ୍ରୁତି ଉପରେ ନିର୍ଭର କରୁଛି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Jan 15, 2020, 5:39 PM IST

ABOUT THE AUTHOR

...view details