ଓଡିଶା

odisha

ETV Bharat / state

ମା' ଶଙ୍ଖେଇସୁଣୀଙ୍କ ମକର ମେଳା ଆରମ୍ଭ, ଲକ୍ଷାଧିକ ଭକ୍ତଙ୍କ ସମାଗମ - Makaramela started at anandpur

ଜିଲ୍ଲାର ଗଣପର୍ବ ଭାବେ ପରିଚିତ ମକର ପର୍ବ ପାଇଁ ସାରା ଜିଲ୍ଲା ଉତ୍ସବ ମୂଖର। 12 ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପର୍ବ ଭାଇଚାର ସୃଷ୍ଟି କରୁଥିବା ବେଳେ ଲୋକମାନେ ମେଳା ବୁଲି ମଜା ନେଉଛନ୍ତି । ଅଧିକ ପଢନ୍ତୁ...

makar mela
ମା' ଶଙ୍ଖେଇସୁଣୀଙ୍କ ମକର ମେଳା ଆରମ୍ଭ

By

Published : Jan 17, 2020, 6:47 AM IST

ଆନନ୍ଦପୁର: କେନ୍ଦୁଝର ଜଲ୍ଲା ଘଷିପୁରା ବ୍ଲକ ଓଡପଡା ସ୍ଥିତ ମା' ଶଙ୍ଖେଇସୁଣୀଙ୍କ ଠାରେ ଆରମ୍ଭ ହୋଇଯାଇଛି ଐତିହାସିକ ମକର ପର୍ବ । ମାଘ ମାସ ସଂକ୍ରାନ୍ତି ମା'ଙ୍କର ବଡ ପର୍ବ ହୋଇଥିବାରୁ ଶ୍ରଦ୍ଧାଳୁ ମାନେ ମାନସିକ କରି ପୂଜା କରିଛନ୍ତି। ମା' ସବୁବେଳେ ଭକ୍ତ ମାନଙ୍କର ମନସ୍କାମନା ପୂରଣ କରୁଥିବାରୁ ଆଖପାଖ ବହୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି। ଏହି ମେଳା ଦିର୍ଘ 12 ବର୍ଷ ହେବ ଆୟୋଜନ କରାଯାଉଛି ।

ଏଥିପାଇଁ ସଂକ୍ରାନ୍ତି ଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ 3 ରୁ 7 ଦିନ ମକର ପର୍ବ ପାଳିତ ହେଉଥିବା ବେଳେ ଘଷିପୁରା ବ୍ଲକ ଓଡପଡାରେ ଏହି ପର୍ବ 12 ଦିନ ଧରି ମହାଆଡମ୍ବର ସହ ପାଳିତ ହୋଇଥାଏ । ଏହି ଅବସରରେ ମା'ଙ୍କ ପାଖରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ। ଏଥିସହିତ ମେଳାରେ ବିଭନ୍ନ ପ୍ରକାର ଦୋକାନ ବଜାର, ଦୋଳି ଓ ମିନାବଜାର ମଜା ନେବା ପାଇଁ 12 ଦିନ ଧରି ଲୋକଙ୍କ ଭିଡ ଲାଗି ରହିଥାଏ । ଭିଡକୁ ଆଖି ଆଗରେ ରଖି ମେଳା କମିଟି ଓ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଭକ୍ତ ମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରଯାଇଥିଲା।

ମା' ଶଙ୍ଖେଇସୁଣୀଙ୍କ ମକର ମେଳା ଆରମ୍ଭ

ସ୍ଥାନୀୟ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ ବୋଲି କହିଛନ୍ତି ଆୟୋଜକ। 12 ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମେଳା ଆଖପାଖ ଅଞ୍ଚଳରେ ଭାଇଚାର ସୃଷ୍ଟି କରୁଥିବା ବେଳେ ଲୋକମାନେ ମେଳା ବୁଲି ବେଶ ମଜା ନେଉଥିବା ଦେଖାଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details