ଓଡିଶା

odisha

By

Published : Jan 23, 2020, 2:23 PM IST

ETV Bharat / state

ତେଲକୋଇରେ ହାତୀ ଉପଦ୍ରବ, ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ

ବନବିହାରୀପୁରରେ ହାତୀ ଉପଦ୍ରବ ଦେଖାଯାଇଛି ।  ଗତକାଲି ବିଳମ୍ବିତ ରାତିରେ ହାତୀମାନେ ଗାଁରେ ପଶିବା ସହ ଚାଷୀଙ୍କ ବିଭିନ୍ନ ଫସଲ ନଷ୍ଟ କରିଛନ୍ତି । ଏହାକୁ ନେଇ ଲୋକେ ଆତଙ୍କିତ ହୋଇଛନ୍ତି ।

loss of vegetable for Elephant
ତେଲକୋଇରେ ହାତୀ ଉପଦ୍ରବ, ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ

କେନ୍ଦୁଝର: ତେଲକୋଇ ବନାଞ୍ଚଳ ଅଧିନସ୍ଥ ବନବିହାରୀପୁରରେ ହାତୀ ଉପଦ୍ରବ ଦେଖାଯାଇଛି । ଗତକାଲି ବିଳମ୍ବିତ ରାତିରେ ହାତୀମାନେ ଗାଁରେ ପଶିବା ସହ ଚାଷୀଙ୍କ ବିଭିନ୍ନ ଫସଲ ନଷ୍ଟ କରିଛନ୍ତି । ହାତୀଙ୍କୁ ଘଉଡାଇବାରେ ବନ ବିଭାଗ ବିଫଳ ହେଉଥିବାରୁ ଜନ ଅସନ୍ତୋଷ ଦେଖାଯାଇଛି । ଏପରିକି ହାତୀପଲକୁ ନେଇ ସାଧାରଣ ଲୋକେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ତେଲକୋଇରେ ହାତୀ ଉପଦ୍ରବ, ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ

ହାତୀ ଉପଦ୍ରବରେ ଗ୍ରାମର ବହୁ ଏକର ଆଳୁଚାଷ ସହ କଦଳୀ ଚାଷ ନଷ୍ଟ ହୋଇଛି । ହାତୀମାନେ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଚାଷୀ ମୁଣ୍ଡରେ ପଡିଛି ଚଡକ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details