ଓଡିଶା

odisha

ETV Bharat / state

ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ପାଲଟିଛି ପୁରାତନ ରାମ ମନ୍ଦିର - ଆନନ୍ଦପୁର ରାମ ମନ୍ଦିର ଜରାଜୀର୍ଣ୍ଣ

ରକ୍ଷଣାବେକ୍ଷଣ ଅଭାବରୁ ୮ଶହ ବର୍ଷର ପୁରୁଣା ରାମ ମନ୍ଦିର ଏବେ ଶ୍ରୀହୀନ ହୋଇ ପଡ଼ିଛି । ସ୍ବପ୍ନାଦେଶ ପରେ ଆନନ୍ଦପୁରର ବୀରଗୋବିନ୍ଦପୁରରେ ଥିବା ରାମ ନିର୍ମାଣ ହୋଇଥିବା କିମ୍ବଦନ୍ତୀ ରହିଛି । ହେଲେ, ରକ୍ଷଣାବେକ୍ଷଣ ଅଭାବରୁ ପୁରାତନ ରାମ ମନ୍ଦିର ନିଜ ଅସ୍ତିତ୍ବ ହରାଇବାକୁ ବସିଛି । ଅଧିକ ପଢ଼ନ୍ତୁ...

ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହୋଇଛି ପୁରାତନ ରାମ ମନ୍ଦିର
ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହୋଇଛି ପୁରାତନ ରାମ ମନ୍ଦିର

By

Published : Jul 27, 2021, 6:19 PM IST

ଆନନ୍ଦପୁର: ରକ୍ଷଣାବେକ୍ଷଣ ଅଭାବରୁ ୮ଶହ ବର୍ଷର ପୁରୁଣା ରାମ ମନ୍ଦିର ଏବେ ଶ୍ରୀହୀନ ହୋଇ ପଡ଼ିଛି । ସ୍ବପ୍ନାଦେଶ ପରେ ଆନନ୍ଦପୁରର ବୀରଗୋବିନ୍ଦପୁରରେ ଥିବା ରାମ ନିର୍ମାଣ ହୋଇଥିବା କିମ୍ବଦନ୍ତୀ ରହିଛି । ପୂର୍ବରୁ ମନ୍ଦିରରେ ପର୍ବପର୍ବାଣୀ ବହୁ ଜାକଜମକରେ ପାଳିତ ହେଉଥିଲା । ହେଲେ, ରକ୍ଷଣାବେକ୍ଷଣ ଅଭାବରୁ ପୁରାତନ ରାମ ମନ୍ଦିର ନିଜ ଅସ୍ତିତ୍ବ ହରାଇବାକୁ ବସିଛି ।

ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହୋଇଛି ପୁରାତନ ରାମ ମନ୍ଦିର

କେନ୍ଦୁଝର ଜିଲ୍ଲା ୨୦ନମ୍ବର ଜାତୀୟ ରାଜପଥ ଘସିପୁରାରୁ କେନ୍ଦୁଝର ଯିବା ରାସ୍ତାକଡ଼ରେ ରହିଛି ରାମଭକ୍ତ ହନୁମାନଙ୍କର ଏକ ବିଗ୍ରହ। ଏହି ବିଗ୍ରହ ଓଡ଼ିଶାର ବୀରଗୋବିନ୍ଦପୁରର ଏକ ସର୍ବ ପୁରାତନ ରଘୁନାଥଜୀଉ ମନ୍ଦିରକୁ ବାଟ କଢ଼ାଇ ନିଏ । କାଞ୍ଚି ବିଜୟର ସେନାପତି କେନ୍ଦୁଝରର ରାଜା ଗୋବିନ୍ଦ ଭଞ୍ଜ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ । କାଞ୍ଚି ବିଜୟ ପରେ ପୁରୀ ରାଜାଙ୍କଠାରୁ ଉପହାର ସ୍ବରୁପ ଗୋବିନ୍ଦ ଭଞ୍ଜ ଦଣ୍ଡଦେବୀ, ମା ତାରିଣୀ ଓ ରଘୁନାଥଜୀଉଙ୍କୁ ପାଇଥିଲେ । କୁହାଯାଏ ସ୍ବପ୍ନାଦେଶ ପରେ ମା ତାରିଣୀଙ୍କୁ ଘଟଗାଁରେ, ଦଣ୍ଡଦେବୀଙ୍କୁ ରାଜ ଉଆସ ଏବଂ ଶ୍ରୀରାମଙ୍କ ମୁଗୁନି ପଥର ପ୍ରତିମା ବୀରଗୋବିନ୍ଦପୁରଠାରେ ପ୍ରତିଷ୍ଠା କରିଥିଲେ । ସେଥିପାଇଁ ଗାଁର ନାମ ହେଲା ବୀରଗୋବିନ୍ଦପୁର ।

ସେହି ସମୟରେ ରାଜା ଗୋବିନ୍ଦ ଭଞ୍ଜ ପ୍ରତିଦିନ ଘୋଡ଼ାଚଢ଼ି ରାଜ ଉଆସରୁ ରଘୁନାଥଜୀଉଙ୍କ ଦର୍ଶନ ପାଇଁ ବୀରଗୋବିନ୍ଦପୁର ଆସୁଥିଲେ । ମନ୍ଦିରର ସମସ୍ତ ରୀତିନୀତି ଜାକଜମକରେ ପାଳିତ ହେଉଥିଲା । ଏହାପରେ ମଧ୍ୟ ମନ୍ଦିରର ସମସ୍ତ ରୀତିନୀତି ସଠିକ ଭାବରେ ପାଳିତ ହେଉଥିଲା । ହେଲେ ୧୯୭୨ ମସିହାରେ ରଘୁନାଥଜୀଉ ମନ୍ଦିର ଦେବୋତ୍ତର ବିଭାଗକୁ ହସ୍ତାନ୍ତର ପରେ ବର୍ତ୍ତମାନ ମନ୍ଦିର ତାର ନିଜ ଅସ୍ତତ୍ବ ହରାଇବାକୁ ବସିଛି । ମନ୍ଦିର ସମ୍ପତ୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ସରଞ୍ଜାମ ଅଭାବରୁ ରୀତିନୀତି, ପର୍ବ ପର୍ବାଣୀ, ଏପରିକି ରାମ ନବମୀ ମଧ୍ୟ ଠିକ୍ ଭାବେ ପାଳିତ ହେଇ ପାରିଲା ନାହିଁ ।

ମୁଖ୍ୟ ମନ୍ଦିରର ଗୋଟିଏ ପାର୍ଶ୍ବରେ ରାମେଶ୍ବର ମହାଦେବ ଓ ଅନ୍ୟ ପାର୍ଶ୍ବରେ ରହିଛି ଏକକ ଜଗନ୍ନାଥଙ୍କ ମନ୍ଦିର । ପୂର୍ବରୁ ପ୍ରଭୁ ଶ୍ରୀରାମ ବିମାନରେ ବସି ଦୋଳ ପୂର୍ଣ୍ଣିମାରେ ପ୍ରଭୁ ଶ୍ରୀରାମ ଆନନ୍ଦପୁର ସହର ପରିକ୍ରମା କରୁଥିଲେ । ୭ ଦିନ ଧରି ପାଳିତ ହେଉଥିବା ରାମ ନବମୀରେ ଆଦିବାସୀ ନୃତ୍ୟ, ପାଲା, ଭଜନ କୀର୍ତ୍ତନ ଆଦିରେ ଅଞ୍ଚଳ ମୁଖରିତ ହୋଇ ଉଠୁଥିଲା । ଯାହାଫଳରେ ଏହି ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିଲା । ରାମନବମୀର ନଅ ଦିନରେ ଚଳଚଞ୍ଚଳ ହୋଇ ରହୁଥିଲା ବୀରଗୋବିନ୍ଦପୁର ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details