ଓଡିଶା

odisha

ମାତିଲେ ଲୁଟେରା, ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ 8 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

By

Published : Jun 6, 2020, 5:10 PM IST

ଉତ୍କଳ କାରଗୋ ନାମକ ଏକ ଖଣିଜ ପଦାର୍ଥ ପରିବହନ ସଂସ୍ଥାର କର୍ମଚାରୀମାନେ ନଗଦ 8 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧରି କେନ୍ଦୁଝରରୁ ଶୁଆକାଠିସ୍ଥିତ ଓଏମସି ଖଣିକୁ ଯାଉଥିବା ବେଳେ ଏହି ଲୁଟ ହୋଇଥିବା ଜଣାପଡିଛି ।

loot on the tip of knife, keonjhar latest news, loot in keonjhar, loot on the tip of knife in keonjhar, ଭୁଜାଲି ଦେଖାଇ ଲୁଟ, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, କେନ୍ଦୁଝରରେ ଲୁଟ, କେନ୍ଦୁଝରରେ ଭୁଜାଲି ଦେଖାଇ ଲୁଟ୍‌
ପ୍ରତୀକାତ୍ମକ ଫଟୋ

କେନ୍ଦୁଝର: ସ୍ଥାନୀୟ କେନ୍ଦୁଝର ସଦର ଥାନା ଶୁଆକାଠି ଫାଣ୍ଡି ଅନ୍ତର୍ଗତ 49 ନଂ ଜାତୀୟ ରାଜପଥ ଠାକୁରଡିହି ନିକଟରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଉତ୍କଳ କାରଗୋ ନାମକ ଏକ ଖଣିଜ ପଦାର୍ଥ ପରିବହନ ସଂସ୍ଥାର କର୍ମଚାରୀମାନେ ନଗଦ 8 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧରି କେନ୍ଦୁଝରରୁ ଶୁଆକାଠିସ୍ଥିତ ଓଏମସି ଖଣିକୁ ଯାଉଥିବା ବେଳେ ଏହି ଲୁଟ ହୋଇଥିବା ଜଣାପଡିଛି ।

ଲୁଟର ଶିକାର ହୋଇଥିବା କର୍ମଚାରୀଙ୍କ କହିବା ମୁତାବକ ଏକ ନମ୍ବର ବିହୀନ କଳା ପଲସରରେ ତିନି ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଭୁଜାଲିରେ ଆକ୍ରମଣ କରିଥିଲେ । ଏହା ସତ୍ତ୍ବେ ପରିବହନ କର୍ମଚାରୀମାନେ ଟଙ୍କା ନଦେବାରୁ ଦୁର୍ବୃତ୍ତମାନେ ଗୁଳି ଚଳାଇବାକୁ ପଛାଇ ନଥିଲେ । ଶେଷରେ ପ୍ରାଣ ଭୟରେ ଟଙ୍କା ବ୍ୟାଗକୁ ଛାଡି କର୍ମଚାରୀମାନେ ଜୀବନ ବଞ୍ଚାଇ ସେଠାରୁ ଚାଲି ଯାଇଥିଲେ ।

ଦୁର୍ବୃତ୍ତମାନେ ସୁଯୋଗ ନେଇ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଖବର ପାଇ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ବିଗତ କିଛି ମାସ ମଧ୍ୟରେ ଏଭଳି ଲୁଟ ଓ ଚୋରି କେନ୍ଦୁଝର ଜିଲ୍ଲାରେ ସାଧାରଣ ପାଲଟିଥିବା ବେଳେ ପୋଲିସ ଏହାର ଟେର ପାଉ ନଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details