କେନ୍ଦୁଝର: ବାଇକ ଡିକି ଭାଙ୍ଗି 5 ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ତେବେ ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ବ୍ଲକ କଲୋନୀ ନିକଟରେ ।
ସୂଚନା ଅନୁଯାୟୀ, ପୂର୍ତ୍ତ ବିଭାଗ ଠିକାଦାର ଥିବା ପ୍ରଶାନ୍ତ କୁମାର ସାହୁ ବ୍ୟାଙ୍କରୁ 5 ଲକ୍ଷ ଟଙ୍କା ଉଠାଇ ଶ୍ରମିକମାନଙ୍କୁ ପେମେଣ୍ଟ କରିବାକୁ ଯାଉଥିଲେ । କିଛି ସମୟ ପରେ ସେ କେନ୍ଦୁଝର ସହର ବ୍ଲକ କଲୋନୀ ନିକଟରେ ଠିଆହୋଇ ପାଣି ପିଉଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ବାଇକ ଡିକି ଭାଙ୍ଗି 5 ଲକ୍ଷ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ ।