ଓଡିଶା

odisha

ETV Bharat / state

ନକଲି ମାଓବାଦୀ ନାଁରେ ଲକ୍ଷାଧିକ ଟଙ୍କାର ଲୁଟ ଅଭିଯୋଗ - ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଲୁଟ

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଲୁଟ ଅଭିଯୋଗ । ମାଓବାଦୀ ନାଁରେ ଧମକ ଦେଇ ଏହି ଟଙ୍କା ଲୁଟ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Nov 8, 2019, 9:15 PM IST

କେନ୍ଦୁଝର: ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମାଓବାଦୀ ନାଁରେ ଧମକ ଦେଇ ଏହି ଟଙ୍କା ଲୁଟ ହୋଇଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମେଡିକାଲ କଲୋନୀରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାନୁସାରେ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫.୩୦ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଲୋନୀର ସୁକାନ୍ତ ମିଶ୍ରଙ୍କ ଘରେ ଲୁଟେରାମାନେ ହଠାତ୍ ପଶିଯାଇଥିଲେ । ଏହା ପରେ ତାଙ୍କ ପରିବାରକୁ ମାଓବାଦୀର ପରିଚୟ ଦେବା ସହ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ସୁକାନ୍ତଙ୍କ ସ୍ତ୍ରୀ ଓ ଝିଅକୁ ବନ୍ଧୁକ ମୁନରେ କାବୁ କରି ଆଲମାରି ଚାବି ମାଗିଥିଲେ । ଏହା ପରେ ଆଲମାରୀ ଖୋଲି ଡକାୟତ ମାନେ ସାତ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ଲୁଟେରା ଦଳ ଯିବା ସମୟରେ ସୁକାନ୍ତଙ୍କ ପରିବାର ଲୋକଙ୍କ ହାତ ଗୋଡ ବାନ୍ଧିଦେବା ସହ ବାହାରୁ ତାଲା ପକାଇ ଦେଇଥିଲେ । କୌଶଳ କ୍ରମେ ସୁକାନ୍ତ ଘରୁ ବାହାରି ମେଡିକାଲରେ ଥିବା ଫାଣ୍ଡିରେ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ଏସପି, ଡିଏସପି ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details