ଓଡିଶା

odisha

ETV Bharat / state

ଲୁଟ କେସରେ ନିରୀହ ଯୁବକ ଅଟକ, ମାନସିକ ଯନ୍ତ୍ରଣା ଅଭିଯୋଗ - ମାନସିକ ଯନ୍ତ୍ରଣା ଅଭିଯୋଗ

ମହିଳାଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ନେଇ ନିରୀହ ଯୁବକକୁ ଅଟକ ରଖିଥିଲା ପୋଲିସ । ଏଥସହିତ ଉକ୍ତ ଯୁବକକୁ ମାନସିକ ଯନ୍ତ୍ରଣା ଦିଆଯାଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର

By

Published : Oct 26, 2019, 5:14 AM IST

କେନ୍ଦୁଝର: ଶୁକ୍ରବାର ଟାଉନ ଥାନା ପୋଲିସ ଟଙ୍କା ଲୁଟ କେସରେ ଜଣେ ନିରୀହ ଯୁବକକୁ ଥାନାରେ ପାଞ୍ଚ ଘଣ୍ଟା ଅଟକ ରଖିଥିବା ନେଇ ହୋଇଛି ଅଭିଯୋଗ । ପ୍ରକାଶ ଯେ ଚଳିତ ମାସ ପାଞ୍ଚ ତାରିଖରେ ଟାଉନ ଥାନା ଅନ୍ତର୍ଗତ ଭାଲୁକିପତଳା ଅଞ୍ଚଳର ଜଣେ ମହିଳା ଷ୍ଟେଟ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ନେଉଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ତାଙ୍କ ଠାରୁ ଏହି ଟଙ୍କା ଲୁଟ କରି ନେଇଥିଲେ ।

ଲୁଟ କେସରେ ନିରୀହ ଯୁବକ ଅଟକ

ବ୍ୟାଙ୍କର ସିସିଟିଭି ଯାଞ୍ଚ କରି ପୋଲିସ ଦୁଇ ଜଣ ଯୁବକଙ୍କୁ ତଲାସ ଜାରି ରଖିଥିଲା । ଉକ୍ତ କେଶରେ ଶୁକ୍ରବାର ଷ୍ଟେଟ ବ୍ୟାଙ୍କକୁ ବନିଜ ଗ୍ରାମର ଏସଏଚଜି ଟଙ୍କା ଜମା କରିବାକୁ ଆସିଥିବା ବେଳେ ଜଣେ ଯୁବକକୁ ଅଟକ ରଖିଥିଲା ପୋଲିସ। ଉକ୍ତ ଯୁବକକୁ ଦିନ ଦଶଟାରୁ ଉଠାଇ ନେଇ ଥାନାରେ ଅଟକ ରଖିଥିବା ବେଳେ ଘର ଲୋକଙ୍କୁ ଖବର ଦିଆ ଯାଇନଥିବା ଅଭିଯୋଗ ହୋଇଛି ।

କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଏସଏଚଜିର ମହିଳା ମାନେ ଆସି ଅଭିଯୋଗ କରିଥିଲେ । ନିର୍ଦୋଷ ଯୁବକକୁ ଅଟକ ରଖିଥିବା ନେଇ ପ୍ରଶ୍ନ ପଚାରିବାରୁ ସେମାନଙ୍କୁ ମଧ୍ୟ ପୋଲିସ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ମହିଳାମାନେ ଦୀର୍ଘ ସମୟ ଥାନାରେ ବସିବା ଫଳରେ ଅଟକ ଯୁବକକୁ ପୋଲିସ ଛାଡି ଦେଇଛି। ଯୁବକ ଜଣକ ବିନା ଦୋଷରେ ଥାନାରେ ଦୀର୍ଘ ପାଞ୍ଚ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅଟକ ରହିଥିବା ବେଳେ ସେ ମାନସିକ ଆଘାତ ହୋଇଥିବା ଦୁଃଖର ସହ ପ୍ରକାଶ କରିଛନ୍ତି । ଏନେଇ ପୋଲିସର ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ପ୍ରୟାସ କରି ମଧ୍ୟ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details