ଓଡିଶା

odisha

ଲକଡାଉନ ପ୍ରଭାବ: ପରାଧୀନ ମଣିଷ, ସ୍ବାଧୀନ ବନ୍ୟଜନ୍ତୁ

By

Published : Apr 28, 2020, 8:25 PM IST

ପ୍ରକୃତିର ନିୟମ ଅନୁସାରେ ସୃଷ୍ଟି ଓ ସ୍ରଷ୍ଟା ଉଭୟେ ପରିପୁରକ ଭାବେ ପରିଚାଳିତ । କିନ୍ତୁ ସମୟକ୍ରମେ ନିଜ ସୁବିଧା ଓ ଆବଶ୍ୟକତା ପୂରଣ କରିବାକୁ ଯାଇ ପ୍ରକୃତିକୁ ପରୋକ୍ଷରେ ନିଜ ଅଧୀନସ୍ଥ କରି ବସିଛି ମଣିଷ ।

lockdown impact, forest animals independence, elephant's freedom in keonjhar, lockdown impact in keonjhar, keonjhar latest news, elephant's situation in lockdown, ଲକଡାଉନ ପ୍ରଭାବ, ବନ୍ୟଜନ୍ତୁଙ୍କ ସ୍ବାଧୀନତା, କେନ୍ଦୁଝରରେ ମୁକ୍ତ ହାତୀ, କେନ୍ଦୁଝରରେ ଲକଡାଉନ ପ୍ରଭାବ, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, ଲକଡାଉନରେ ହାତୀଙ୍କ ସ୍ଥିତି
ଲକଡାଉନ ପ୍ରଭାବ: ପରାଧୀନ ମଣିଷ, ସ୍ବାଧୀନ ବନ୍ୟଜନ୍ତୁ

କେନ୍ଦୁଝର: ପ୍ରକୃତିର ନିୟମ ଅନୁସାରେ ସୃଷ୍ଟି ଓ ସ୍ରଷ୍ଟା ଉଭୟେ ପରିପୁରକ ଭାବେ ପରିଚାଳିତ । କିନ୍ତୁ ସମୟକ୍ରମେ ନିଜ ସୁବିଧା ଓ ଆବଶ୍ୟକତା ପୂରଣ କରିବାକୁ ଯାଇ ପ୍ରକୃତିକୁ ପରୋକ୍ଷରେ ନିଜ ଅଧୀନସ୍ଥ କରି ବସିଛି ମଣିଷ । ଫଳରେ ଅସନ୍ତୁଳିତ ହୋଇଛି ପରିବେଶ । କେବେ ଅମ୍ଳ ବର୍ଷା ତ କେବେ ପୁଣି ଜଙ୍ଗଲ କ୍ଷୟ ଆକରରେ ନଷ୍ଟ ହୋଇଚାଲିଛି ପରିବେଶ । ହେଲେ ପ୍ରକୃତିର ନିୟମ ଆଗରେ ମଣିଷ ଯେ ତୁଚ୍ଛ ମାତ୍ର, ତାହା ପ୍ରମାଣ କରି ଦେଖାଇଛି କୋରୋନା ଜନିତ ଲକଡାଉନ ।

ଲକଡାଉନ ପ୍ରଭାବ: ପରାଧୀନ ମଣିଷ, ସ୍ବାଧୀନ ବନ୍ୟଜନ୍ତୁ

ଯେଉଁ ମଣିଷ ଦିନେ ପ୍ରକୃତି ଉପରେ ନିଜର ଆଧିପତ୍ୟ ଜାହିର କରୁଥିଲା ଆଜି ସେହି ମଣିଷ କୋରୋନା ସଂକ୍ରମଣ ପାଇଁ ଘରେ ବନ୍ଦୀ । ଅପରପାର୍ଶ୍ବରେ ସତେ ଯେମିତି ନିଜ ହଜିଯାଇଥିବା ସ୍ବାଧୀନତା ଫେରି ପାଇଛନ୍ତି ବନ୍ୟ ଜୀବଜନ୍ତୁ । ରାଜ୍ୟର ହାତୀ ଉପଗ୍ରବ ଅଞ୍ଚଳ ଭାବେ ଜଣା ଯାଉଥିବା କେନ୍ଦୁଝର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ଏହାର ଉଦାହରଣ । ଆଗରୁ ଅଧିକାଂଶ ସମୟରେ ମଣିଷ ଓ ହାତୀଙ୍କ ମଧ୍ୟରେ ଲଢେଇର ନଜିର ରହିଥିବା ବେଳେ ଏବେ ମଣିଷ ଘରେ ବନ୍ଦୀ ଥିବାରୁ ଜଙ୍ଗଲରେ ଖୋଲାରେ ବିଚରଣ କରୁଛନ୍ତି ଜିଲ୍ଲାରେ ଥିବା ପ୍ରାୟ 50 ହାତୀ । ମଣିଷ ନିଜ ସ୍ବାର୍ଥ୍ୟ ପାଇଁ ହାତୀ ଭଳି ବନ୍ୟଜନ୍ତୁଙ୍କ ଖାଦ୍ୟ ଓ ବାସହ ଉଭୟ ନଷ୍ଟ କରିଚାଲିଥିଲା । ହେଲେ ଏବେ ଲକଡାଉନ ପାଇଁ ଆଉ ଜଙ୍ଗଲ ମଧ୍ୟକୁ ଅବାଧ ପ୍ରବେଶ କରୁନାହିଁ ମଣିଷ ।

ତେଣେ ସମୟ ସମୟେ ଖାଦ୍ୟ ସନ୍ଧାନରେ ବିଲ ଓ କ୍ଷେତକୁ ମାଡି ଆସନ୍ତି ପଲ ପଲ ହାତୀ । ନଷ୍ଟ କରନ୍ତି ଶସ୍ୟ ଓ ଭାଙ୍ଗି ଦିଅନ୍ତି ମଣିଷର ବାସ । ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ଦେଖି ଲାଭ ଉଠାନ୍ତି ଖଣି ମାଫିଆ ଓ କାଠ ମାଫିଆ । ହେଲେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ମଣିଷ ଘରେ ରହି ଜଙ୍ଗଲ ସୁରକ୍ଷା ପ୍ରତି ହୋଇଛି ଅଧିକ ସଜାଗ । ଲୋକେ ଜଙ୍ଗଲ ଜଗିବାରୁ ଆଉ କାଠ ଚୋରା ଚାଲାଣ ହେଉ ନାହିଁ କି ଜମୁନି ଖଣି ମାଫିଆଙ୍କ ରାଜ । ଏପରି ସ୍ଥିତିରେ ପୂର୍ବ ଅବସ୍ଥାକୁ ଫେରିଛି ପ୍ରକୃତି । ଏବେ ଜଙ୍ଗଲରେ ମୁକ୍ତ ବିଚରଣ କରୁଛନ୍ତି ହାତୀ । ଆଉ ଗାଁ ଆଡେ ଆସିବାକୁ ମନ କରୁ ନାହାନ୍ତି । ଫଳରେ ଦୀର୍ଘ ବର୍ଷ ଧରି ମଣିଷ ଓ ହାତୀ ମଧ୍ୟରେ ଚାଲିଥିବା ଲଢେଇରେ ଲାଗିଛି ଲଗାମ ।

ଏନେଇ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଜଙ୍ଗଲରେ 50ରୁ ଉର୍ଦ୍ଧ୍ବ ହାତୀ ନିଜ ପରିବାର ସହ ବିଚରଣ କରୁଥିବା ଜଙ୍ଗଲ ଅଧିକାରୀ ପ୍ରକାଶ କରିଛନ୍ତି । ଦୀର୍ଘ ଏକ ମାସ ମଧ୍ୟରେ ଜିଲ୍ଲାରେ କୌଣସି ହାତୀମଣିଷ ଲଢେଇ ହୋଇନଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି । ତେଣୁ ବାସ୍ତବରେ ଏହି ଲକଡାଉନ ପ୍ରାଣୀ ଜଗତ ଓ ପ୍ରକୃତି ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଛି କହିଲେ କିଛି ଭୁଲ ହେବ ନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details