କେନ୍ଦୁଝର:କରୋନା ଯୋଗୁଁ ସାରା ଭାରତ ଏବେ ଲକଡାଉନ । ଏହି ଲକଡାଉନ ଯୋଗୁଁ ବେଶି ପ୍ରଭାବିତ ହୋଇଛନ୍ତି ଚାଷୀ । ଚାଷୀର ବିଲରେ ପନିପରିବା ଲହରୀ ଖେଳୁଥିବା ବେଳେ ବିକ୍ରି କରିବାକୁ ସେ ଅସମର୍ଥ । ବିଲରେ ଭଳିକି ଭଳି ପରିବା ଚାଷ କରି ବଜାରରେ ବିକ୍ରି କରିବାକୁ ଆଶା ରଖିଥିଲା ଚାଷୀ । ଏହି ପରିବା ବିକି ନିଜର ରୋଜଗାର ମେଣ୍ଟାଇବା ସହ କରଜ ସୁଝିବାକୁ ଆଶା ରଖିଥିଲା । କିନ୍ତୁ ଏହି ଲକଡାଉନ ଯୋଗୁଁ ତା'ର ସବୁ ଆଶା ମଉଳି ଯାଇଛି । ବହୁ କଷ୍ଟରେ ପରିବା ବିକ୍ରି କରିବାକୁ ବଜାରକୁ ଗଲେ ପୋଲିସ ମାଡର ମଧ୍ୟ ତାକୁ ଡର ରହିଛି ।
ଲକଡାଉନ ସାଙ୍ଗକୁ ଶୀତଳ ଭଣ୍ଡାର ଅଭାବ, ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା - ବୋଝ ଉପରେ ନଳିତା ବିଡା
ସମସ୍ୟା କେବଳ ଯେ ଲକଡାଉନର ନୁହେଁ । ଜିଲ୍ଲାରେ ଶୀତଳ ଭଣ୍ଡାରର ଅଭାବ ରହିଛି । ଚାଷୀଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ହୋଇଛି । ପନିପରିବା ନଷ୍ଟ ନହେବା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ମୋବାଇଲ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ଦାବି ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..
![ଲକଡାଉନ ସାଙ୍ଗକୁ ଶୀତଳ ଭଣ୍ଡାର ଅଭାବ, ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ଲକଡାଉନ ସାଙ୍ଗକୁଲକଡାଉନ ସାଙ୍ଗକୁ ଶୀତଳ ଭଣ୍ଡାର ଅଭାବ, ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ଶୀତଳ ଭଣ୍ଡାର ଅଭାବ, ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା](https://etvbharatimages.akamaized.net/etvbharat/prod-images/768-512-6851689-thumbnail-3x2-collage.jpg)
ଏଥିପାଇଁ ପରିବା ବିଲରୁ ତୋଳି ଆଣି ଗଦା କରୁଛି ଆଶା ରଖିଛି କେତେବଳେ ବେପାରୀ ଆସି ଉକ୍ତ ପରିବାକୁ ନେବ । କିନ୍ତୁ ବହୁ ସମୟରେ ଲକଡାଉନ ଯୋଗୁଁ କେହି ବେପାରୀ ନଆସିବାରୁ ପରିବା ନଷ୍ଟ ହେବା ସହ ଗୋରୁଗାଈ ଖାଇବା ସାର ହେଉଛି । ବଜାରକୁ ଯାଇ ଉଚିତ୍ ମୂଲ୍ୟ ମଧ୍ୟ ନମିଳିବାରୁ ରାସ୍ତା ଘାଟରେ ବୁଲାଗୋରୁଙ୍କ ମୁହଁରେ ପରିବା ଗୁଡିକ ଢାଳିବାକୁ ବାଧ୍ୟ ହେଉଛି ଚାଷୀ । ଅପେକ୍ଷା କରିଛି ସରକାରୀ ସାହାଯ୍ୟକୁ ।
ଏହି ଲକଡାଉନ ଯୋଗୁଁ ଚାଷୀଙ୍କ ଏହି ଅବସ୍ଥା ପାଇଁ ପ୍ରଶାସନର ଭୁଲ ନୀତିକୁ ସମାଲୋଚନା କରିଛନ୍ତି ସମବାୟ ନେତା । ଚାଷୀଙ୍କୁ ପଞ୍ଚାୟତ ସ୍ତରରେ ପାସ ବ୍ୟବସ୍ଥା କରିଥିଲେ ଚାଷୀ ବିନା ଦ୍ଵନ୍ଦରେ ବଜାରକୁ ଆସିପାରିଥାନ୍ତା ବୋଲି ସମବାୟବିତ୍ ପ୍ରକାଶ କରିଛନ୍ତି ।ଆଗାମୀ ଦିନରେ ଏଭଳି ସ୍ଥିତି ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ନୂତନ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ମଧ୍ୟ ଦାବି କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ