ଓଡିଶା

odisha

ETV Bharat / state

ସରପଞ୍ଚଙ୍କୁ ମାଡମରା ଘଟଣା: ରାସ୍ତାରୋକ କଲେ ସ୍ଥାନୀୟ ବାସିନ୍ଦା - ସରପଞ୍ଚଙ୍କୁ ମାଡମରାକୁ ନେଇ ପ୍ରତିବାଦ

ସଙ୍ଗରୋଧ କେନ୍ଦ୍ରରୁ ଖସି ଯାଇଥିବା ପ୍ରବାସୀଙ୍କ ନାମରେ ଏତଲା ଦେବାକୁ ଯାଇ ପୋଲିସ ଠାରୁ ମାଡ ଖାଇଲେ ସରପଞ୍ଚ ଏବଂ ସରପଞ୍ଚଙ୍କ ସ୍ବାମୀ । ପ୍ରତିବାଦରେ ରାସ୍ତାରୋକ । ଅଧିକ ପଢନ୍ତୁ....

Locals blockaded the road in protest of the sarpanch's abduction
ସରପଞ୍ଚଙ୍କୁ ମାଡମରାକୁ ନେଇ ପ୍ରତିବାଦ, ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

By

Published : Jun 3, 2020, 2:54 PM IST

ଆନନ୍ଦପୁର: ସଙ୍ଗରୋଧ କେନ୍ଦ୍ରରୁ ଖସି ଯାଇଥିବା ପ୍ରବାସୀଙ୍କ ନାମରେ ଏତଲା ଦେବାକୁ ଯାଇ ପୋଲିସ ଠାରୁ ମାଡ ଖାଇଲେ ସରପଞ୍ଚ ଏବଂ ସରପଞ୍ଚଙ୍କ ସ୍ବାମୀ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଅଧୀନରେ । ହାଟଡିହି ବ୍ଲକ ଧନୁର୍ଜୟପୁର ପଞ୍ଚାୟତର ଏକ ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ମଙ୍ଗଳବାର ରାତିରେ ପାଚେରୀ ଡେଇଁ ପଳାଇଯାଇଥିଲେ ।

ସରପଞ୍ଚଙ୍କୁ ମାଡମରାକୁ ନେଇ ପ୍ରତିବାଦ, ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଏନେଇ ଧନୁର୍ଜୟପୁର ସରପଞ୍ଚ ସୁପ୍ରଭା ରାଉତ ଓ ତାଙ୍କ ସ୍ବାମୀ ବିଳମ୍ବିତ ରାତିରେ ବଉଳା ଫାଣ୍ଡିକୁ ଏତଲା ଦେବାକୁ ଯାଇଥିଲେ । ହେଲେ ଏହି ସମୟରେ ଫାଣ୍ତିରେ ଥିବା ପୋଲିସ ସଂପୃକ୍ତ ମହିଳା ସରପଞ୍ଚଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଛି । ଜଣେ ପୁରୁଷ ପୋଲିସ ମହିଳା ସରପଞ୍ଚଙ୍କୁ ମାଡ଼ ମାରିବା ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରିବା ପ୍ରତିବାଦରେ ଶତାଧିକ ମହିଳା ବଉଳା ଏବଂ ବିଦ୍ୟାଧରପୁର ରାସ୍ତା ଅବରୋଧ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details