କେନ୍ଦୁଝର: ମହିଳା ସଶକ୍ତିକରଣ ପାଇଁ ସରକାର ସବୁବେଳେ ତତ୍ପର । ସେମାନଙ୍କୁ କିପରି ସ୍ୱାବଲମ୍ବୀ କରିହେବ ସେନେଇ ବିଭିନ୍ନ ମାଧ୍ୟମରେ ସହାୟତା ଯୋଗାଇ ଆସୁଛନ୍ତି । ଏଥିପାଇଁ ମଧ୍ୟ ବହୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟ ସହାୟତାର ହାତ ବଢ଼ାଉଛନ୍ତି । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟ ଆଗେଇ ଆସିଛି ।
ଆଜି(ବୁଧବାର)କେନ୍ଦୁଝର ଜଂଘିରା ବ୍ରାଞ୍ଚ ପକ୍ଷରୁ ଏକ ଲୋନ ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଯୋଗ ଦେଇ ୫୦ରୁ ଉର୍ଦ୍ଧ୍ବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଲୋନ ପ୍ରଦାନ କରିଥିଲେ ।