କେନ୍ଦୁଝର: ପାଟଣା ଥାନା ଅନ୍ତର୍ଗତ ମାଛଗଡ ପଞ୍ଚାୟତ ଦୁଧନାଳି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବଜ୍ରାଘାତରେ ମୃତ ବ୍ୟକ୍ତିକୁ ଗୋବରରେ ପୋତିଲେ ପରିବାର ଲୋକେ । ମୃତ ବ୍ୟକ୍ତିଙ୍କର ଜୀବନ ଫେରିଆସିବା ଆଶା ନେଇ ଏପରି କରିଛନ୍ତି ପରିବାର ସଦସ୍ୟ ।
ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ଦୁଧନାଳି ଗ୍ରାମର ପାଣ୍ଡୁ ମୁଣ୍ଡା ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ବଜ୍ରପାତ ହୋଇଥିଲା । ସେହି ସମୟରେ ସେଠାରେ ବସିଥିବା ପାଣ୍ଡୁ ଘଟଣାସ୍ଥଳରେ ଟଳି ପଡିଥିଲେ । ପରେ ପରିବାର ଲୋକେ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ ସୁଧା ତାହା ଲାଗିନଥିଲା ।