ଓଡିଶା

odisha

By

Published : Aug 22, 2020, 11:57 AM IST

ETV Bharat / state

କଣ୍ଟେନମେଣ୍ଟ ଜୋନରେ ଖୋଲୁଛି ମଦ ଦୋକାନ

କଣ୍ଟେନମେଣ୍ଟ ଜୋନରେ ଖୋଲୁଛି ମଦ ଦୋକାନ । ନୀରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

liquor shop  has opened in containment zone in kendujhar
କଣ୍ଟେନମେଣ୍ଟ ଜୋନରେ ଖୋଲୁଛି ମଦ ଦୋକାନ

ଆନନ୍ଦପୁର :କେନ୍ଦୁଝର ଆନନ୍ଦପୁର ଉପଖଣ୍ଡରେ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବେଲବାହାଳି ପଞ୍ଚାୟତରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି 26 ତାରିଖ ଯାଏଁ ଜିଲ୍ଲାପାଳ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଥିବା ମଦ ଦୋକାନ ଖୋଲା ରହିଛି ।

କଣ୍ଟେନମେଣ୍ଟ ଜୋନରେ ଖୋଲୁଛି ମଦ ଦୋକାନ

ଦୋକାନୀ କୋରୋନା କଟକଣାକୁ ନ ମାନି ବେଫିକର ମଦ ବିକ୍ରି କରୁଛନ୍ତି । ହେଲେ ଏଥିପ୍ରତି କୌଣସି ଅଧିକାରୀ କି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବନ୍ଦ କରାଯାଉଥିବା ବେଳେ ବିଦେଶୀ ମଦ ଦୋକାନ ଖୋଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ,ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details