କେନ୍ଦୁଝର:ଜିଲ୍ଲାର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ପଞ୍ଚାୟତରେ ବଜ୍ରପାତ ହୋଇଛି । ବିଲରେ କାମ କରୁଥିବା 2 ଜଣ ଚାଷୀଙ୍କ ଉପରେ ଏହି ବଜ୍ର ପଡିଥିଲା । ତେବେ ସେମାନଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସୋମବାର ଅପରାହ୍ନରେ ପାଖାପାଖି ଏହି ଅଞ୍ଚଳରେ ଖୁବ ଜୋରରେ ବଜ୍ରପାତ ହୋଇଥିଲା । ଏହି ସମୟରେ ମୃତକ 2 ଜଣ ବିଲରେ କାମ କରୁଥିଲେ ଓ ସେଠାରେ ହିଁ ଟଳି ପଡିଥିଲେ। ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।