କେନ୍ଦୁଝର: କେନ୍ଦୁଝରେ ବାଘ ଆତଙ୍କ । ଜିଲ୍ଲାର ଆନନ୍ଦପୁର ବନଖଣ୍ଡ ଅନ୍ତର୍ଗତ ବୈତରଣୀ ନଦୀ ପଠାରେ ଏକ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମଳିଛି । ଫଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ପରେ ଘଟଣା ସ୍ଥଳରେ ବନ୍ୟପ୍ରାଣୀ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯୋଗ୍ୟ ଆଜି(ଶନିବାର) ଅପରାହ୍ନ ସମୟରେ ଆନନ୍ଦପୁର ବନଖଣ୍ଡ ଅନ୍ତର୍ଗତ ବୈତରଣୀ ନଦୀ ପଠାରେ ଏକ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ବାଘଟି ପଞ୍ଚୁପଲୀ ଶଙ୍କରେଶ୍ଵର ମନ୍ଦିର ନିକଟ ନଦୀବନ୍ଧ ଅତିକ୍ରମ କରିଥିବା ଲୋକେ କହିଛନ୍ତି । ପରେ ବାଘଟି ବଣୀଆ ତୋଟା ରାସ୍ତାରେ କୁଣ୍ଡେଶ୍ଵର ଗ୍ରାମ୍ୟ ଜଙ୍ଗଲ ପରିସରରେ ଘୁରି ବୁଲୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଯାଏଁ ବାଘଟି କୌଣସି କ୍ଷତି ଘଟାଇ ନଥିବା ସୂଚନା ମିଳିଛି ।
ଏହି ଖବର ଜଣାପଡ଼ିବା ପରେ ପଞ୍ଚୁପଲୀ, ନୂଆଗାଁ, ପୁମ୍ପୁରା, ଗୁହାଳିଆ, ବେଉସାହି, ଡିହସାହି, ପାଇକଚାଟରା, ବନିକା ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି । ଏହା ପରେ ଆନନ୍ଦପୁର ବନ ଅଧିକାରୀ ନବ କୁମାର ନାୟକଙ୍କ ସୂଚନା ଦେବେ ପରେ ବିଭାଗୀୟ ସ୍କାର୍ଡ ଉକ୍ତ ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜଣେ ପୂର୍ବତନ ସରପଞ୍ଚଙ୍କ ପୁଅ ବାଘକୁ ଦେଖିଥିବା ଜଙ୍ଗଲ ବିଭାଗ ନିକଟରେ ପ୍ରକାଶ କରିଛନ୍ତି । ଏହି ଖବର ପରେ ଟୁକୁଣା ଓ ପନଚୁପଲୀ ନଦୀ ବନ୍ଧ ରାସ୍ତାରେ ସାଧାରଣ ଯାତାୟତ ବନ୍ଦ ହୋଇଯାଇଥିବା ପରିଲକ୍ଷିତ ହୋଇଛି । କଲରାପତରିଆ ବାଘଟି ନିକଟସ୍ଥ ହଦଗଡ଼ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ପଳେଇ ଆସିଥିବା ଜଙ୍ଗଲ ବିଭାଗ ଅଧିକାରୀଙ୍କ କହିଛନ୍ତି । ବାଘଟି ଜଙ୍ଗଲକୁ ଫେରି ଯାଇଥିବା ବେଳେ ଘଟଣା ଉପରେ ବନ ବିଭାଗ ନଜର ରଖିଥିନା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ ....ଯନ୍ତାରେ ପଡିଲା ନୂଆପଡାର ମଣିଷଖିଆ ବାଘ; ୫ ଦିନ ହେଲା ଖେଲାଇଥିଲା ଆତଙ୍କ