ଅନୁଗୋଳ:ଆଉ ମାତ୍ର କେଇ ଘଣ୍ଟା ପରେ ଧରାବତରଣ କରିବେ ଧନଦାତ୍ରୀ ଦେବୀ ମହାଲକ୍ଷ୍ମୀ । ମହାଲକ୍ଷ୍ମୀ ପୂଜା ପାଇଁ ଉତ୍ସବ ମୁଖର ସାରା ଅନୁଗୋଳ ଜିଲ୍ଲା । ଗାଁ ଠୁ ସହର ସବୁଠି ଚଳଚଞ୍ଚଳ । ପୂଜା ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେବଳ ଅପେକ୍ଷା ମାଆଙ୍କ ଆଗମନକୁ । ମାଆଙ୍କ ଆଗମନ ପାଇଁ ବଧୂ ଭଳି ସଜେଇ ହୋଇଛି ଅନୁଗୋଳ ସହର । କିଏ ଆକର୍ଷଣୀୟ ତୋରଣ ନିର୍ମାଣରେ ଗୁରୁତ୍ବ ଦେଇଛି ତ ପୁଣି କିଏ ଆଲୋକ ସଜାକୁ ପ୍ରାଧାନ୍ୟ ଦେଇଛି । ସତେ ଯେମିତି ଚାଲିଛି ପୂଜା ପାଇ ଚାଲିଛି ପ୍ରତିଦ୍ବନ୍ଦ୍ବିତା ।
ଆଜି(ଶନିବାର)ରୁ ପୂଜା ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୮ତାରିଖ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଗୋଳରେ ବେଶ ଜାକଜମକରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯିବ ବୋଲି ଆଶା ରଖିଛନ୍ତି ପୂଜା କମିଟି କର୍ମକର୍ତ୍ତା । ସାରା ସହର ସେଥିପାଇଁ ଏବେ ଉତ୍ସବ ମୁଖର ହୋଇ ପଡିଛି । ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ତୋରଣ ନିର୍ମାଣ ସାଙ୍ଗକୁ ଅତ୍ୟାଧୁନିକ ଆଲୋକ ସଜା ଯାଇଛି । କେଉଁଠି ଫୁଲ ବଗିଚାରେ ମା’ ଲକ୍ଷ୍ମୀ ବିରାଜିବେ ତ ଆଉ କେଉଁଠି ସୁବର୍ଣ୍ଣ ମହଲରେ । ମା’ ଲକ୍ଷ୍ମୀ ଧନ ଲକ୍ଷ୍ମୀ, ଗଜ ଲକ୍ଷ୍ମୀ, ସ୍ୱର୍ଣ୍ଣ ଲକ୍ଷ୍ମୀ, ଲକ୍ଷ୍ମୀ ନାରାୟଣ ଏମିତି ଅନେକ ରୂପରେ ବିରାଜମାନ କରିଥାନ୍ତି ।
ଏହାମଧ୍ୟ ପଢନ୍ତୁ..Gajalaxmi Puja: ରାତି ପାହିଲେ ବିରାଜିବେ ଧନଦାତ୍ରୀ, ସଜେଇ ହେଲାଣି କେନ୍ଦ୍ରାପଡା