କେନ୍ଦୁଝର: ଖଣି ଜରିମାନା ଅନାଦେୟ ଅର୍ଥକୁ ଓପିଡିଆର କେସ୍ ଜରିଆରେ ଆଦାୟ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଖଣି ବିଭାଗ ଜିଲ୍ଲାପାଳଙ୍କ କୋର୍ଟରେ ଆବେଦନ କରିଥିଲେ । ଏହି ଶୁଣାଣିର ପ୍ରଥମରୁ ଜିଲ୍ଲାପାଳ ଆସି କୋର୍ଟ କାର୍ଯ୍ୟ ପରିଚାଳନା କରିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ କୋର୍ଟର ତାରିଖ ଗୁଡିକୁ ଜାଣିଶୁଣି ନ ଆସିବା ଅଭିଯୋଗ କରିଛନ୍ତି ଓକିଲ ମାନେ ।
ଜିଲ୍ଲାପାଳ ନଆସିବାରୁ ଓକିଲଙ୍କ କୋର୍ଟ ବର୍ଜନ - ଜିଲ୍ଲାପାଳ ନ ଆସିବାରୁ ଓକିଲଙ୍କ କୋର୍ଟ ବର୍ଜନ
ଖଣି ଜରିମାନା ଅନାଦେୟ ଅର୍ଥକୁ ଓପିଡିଆର କେସ୍ ଜରିଆରେ ଆଦାୟ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପ୍ରଥମେ କିଛି ଦିନ କୋର୍ଟ ଆସି ପରିଚାଳନା କରିଥିବା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ କୋର୍ଟ ଆସିନଥିବା ଅଭିଯୋଗ ହୋଇଛି ।
ଜିଲ୍ଲାପାଳ ନ ଆସିବାରୁ ଓକିଲଙ୍କ କୋର୍ଟ ବର୍ଜନ
ଅନ୍ୟ ପକ୍ଷରେ ଖଣି ଜରିମାନା ଅର୍ଥ ଅନାଦେୟକୁ ତ୍ବରାନ୍ବିତ ନକରି ବରଂ ଏହାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି । ଆଜି(ଶନିବାର) ଜିଲ୍ଲାପାଳଙ୍କ କୋର୍ଟରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ୪ ଟି ଓପିଡିଆର କେସରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଜିଲ୍ଲାପାଳ ନ ଆସିବାରୁ ଓକିଲ ମାନେ କୋର୍ଟ ବର୍ଜନ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ