ଆନନ୍ଦପୁର: ଘଷିପୁରା ଥାନା ଅମାରଙ୍ଗ ଗାଁରେ ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ଆକ୍ରମଣରେ ପରିବାରର 4ଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସେଥମଧ୍ୟରୁ ଦୁଇଜଣ ମହିଳା ରହିଛନ୍ତି । ତେବେ ଆହତ ସମସ୍ତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଥିବା 4ଜଣଙ୍କ ନାମ ରାଜେନ୍ଦ୍ର ନାଇକ, ଅଜୟ ନାଇକ, ଶକୁନ୍ତଳା ନାଇକ ଓ ସୁମତୀ ନାଇକ ।
ଜମିବାଡ଼ି ବିବାଦକୁ ନେଇ ଆକ୍ରମଣ, ଗୋଟିଏ ପରିବାରର 4 ଗୁରୁତର - land dispute mishap at Anandpur
ଆନନ୍ଦପୁରରେ ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାରକୁ ଆକ୍ରମଣ କରାଯାଇଛି । 2 ମହିଳାଙ୍କ ସମେତ ପରିବାରର 4ଜଣ ଗୁରୁତର ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...
![ଜମିବାଡ଼ି ବିବାଦକୁ ନେଇ ଆକ୍ରମଣ, ଗୋଟିଏ ପରିବାରର 4 ଗୁରୁତର land dispute mishap at Anandpur](https://etvbharatimages.akamaized.net/etvbharat/prod-images/768-512-5526085-thumbnail-3x2-wc.jpeg)
ଜମିବାଡ଼ି ବିବାଦକୁ ନେଇ ଆକ୍ରମଣ
ଭିଡିଓ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର
ରାଜେନ୍ଦ୍ରଙ୍କ ଏକ ଜମିକୁ ପଡୋଶୀ ବଂଶୀ ନାଇକ ଓ ତାଙ୍କ ଚାରି ପୁଅ ଜବରଦଖଲ କରି ରଖିଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ବରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ସମ୍ପୃକ୍ତ ଜମିରେ ବଂଶୀଧରଙ୍କ ପରିବାର ଘର କରିବାକୁ ଉଦ୍ୟମ କରିବା ବେଳେ ରାଜେନ୍ଦ୍ରଙ୍କ ପରିବାର ତାକୁ ବିରୋଧ କରିଥିଲେ । ପରେ ବଂଶୀଧର ଓ ତାଙ୍କ ଚାରି ପୁଅ ମିଳିତ ଭାବେ ରାଜେନ୍ଦ୍ରଙ୍କ ପରିବାର ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ