କେନ୍ଦୁଝର:ମହିଳା ଡାକ୍ତରଙ୍କ ସନ୍ଦେହ ଜନକ ମୃତ୍ୟୁ। ସାରା ରାଜ୍ୟ ନୂଆବର୍ଷ ପାଳୁଥିବା ବେଳେ ବନ୍ଦ ଘରୁ ଉଦ୍ଧାର ହେଲା ମହିଳା ଡାକ୍ତରଙ୍କ ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡାରେ। ତେବେ ମତ ମହିଳା ଡାକ୍ତର ଜଣକ ଶୁଭଶ୍ରୀ କର ବୋଲି ଜଣାପଡିଛି।
ସୂଚନା ମୁତାବକ, ସରକାରଙ୍କ ନିରାମୟ ଯୋଜନାରେ ଯୋଡା ପୌରାଞ୍ଚଳର ବନେଇକଳାଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ଡାକ୍ତର ଶୁଭଶ୍ରୀ କର। ତାଙ୍କ ନିଜ ଘର କଟକ ଜିଲ୍ଲା ନିଆଳିରେ । ସେ ସ୍ୱାସ୍ଥ୍ୟକେନ୍ଦ୍ରର ଉପର ମହଲାରେ ରହୁଥିବାବେଳେ ସେ ଗତକାଲି ମେଡିକାଲକୁ ଆସିନଥିଲେ । ମେଡିକାଲର ଅନ୍ୟ କର୍ମଚାରୀ ଖୋଜାଖୋଜି ପରେ ମଧ୍ୟ କୌଣସି ଖୋଜ ଖବର ମିଳିନଥିଲା । ଶେଷରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ସହ କର୍ମଚାରୀ ।