କେନ୍ଦୁଝର: କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ବିରୁଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାର ବିଭିନ୍ନ ବାମପନ୍ଥୀ ଶ୍ରମିକ ସଙ୍ଗଠନ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ କାଳୀ ପଡିଆରୁ ଶତାଧିକ କର୍ମକର୍ତ୍ତା ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।
ଶ୍ରମିକ ମାରଣ ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ - କେନ୍ଦୁଝର
କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାର ବିଭିନ୍ନ ବାମପନ୍ଥୀ ଶ୍ରମିକ ସଙ୍ଗଠନ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବିଜେପି ନେତୃତ୍ବରେ କେନ୍ଦ୍ର ସରକାର ଦିନକୁ ଦିନ ପୁଞ୍ଜିପତିଙ୍କ ଅଧୀନକୁ ଚାଲିଯାଉଛି । ଆଉ ଶ୍ରମିକମାନେ କିପରି ନିଜ ଜୀବନ ଜୀବିକା ହରାଇବେ ସେ ନେଇ ଶ୍ରମ ଆଇନରେ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ କରିଛି ଶ୍ରମିକ ସଙ୍ଗଠନ । ଯଦି ଆଗାମୀ ଦିନରେ ଶ୍ରମ ଆଇନକୁ ପରିବର୍ତ୍ତନ କରି ଶ୍ରମିକମାନଙ୍କୁ ରାଜରାସ୍ତାକୁ ଅଣାଯାଏ, ତାହାଲେ ଆଗାମୀ ଦିନରେ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରାଯିବା ବୋଲି ବାମପନ୍ଥୀ ଶ୍ରମିକ ସଙ୍ଗଠନ କହିଛି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ