ଓଡିଶା

odisha

ETV Bharat / state

୮୦ ଦିନରେ ମେସ୍କୋ ଖଣି ଶ୍ରମିକଙ୍କ ଧାରଣା - ମେସ୍କୋ ଖଣିରେ ଶ୍ରମିକଙ୍କ ୮୦ ଦିନର ଧାରଣା

ମେସ୍କୋ ଖଣିରେରେ ୮୦ ଦିନ ଧାରଣା ଜାରି ରଖିଛନ୍ତି ଶ୍ରମିକମାନେ । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ୟୁନିଅନ ପକ୍ଷରୁ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ...

labour unions trike
ମେସ୍କୋ ଖଣିରେ ଶ୍ରମିକଙ୍କ ୮୦ ଦିନର ଧାରଣା

By

Published : Feb 28, 2020, 10:50 PM IST

କେନ୍ଦୁଝର: ଯୋଡ଼ା ଖଣି ମଣ୍ଡଳ ଟଂଟୋ ସ୍ଥିତ ମେସ୍କୋ ଖଣିରେରେ ୮୦ ଦିନ ଧାରଣା ଜାରି ରଖିଛନ୍ତି ଶ୍ରମିକମାନେ । ୧୪ ମାସର ବକେୟା ଦରମା ଓ ୨ ବର୍ଷର ବୋନସ୍ ଦାବିରେ ଧାରଣାରେ ବସି ରହିଛନ୍ତି ଶ୍ରମିକ । ଏଥି ସହ ଅନ୍ୟତ୍ର ବଦଳିକୁ ପ୍ରତିବାଦ କରିଛନ୍ତି ଆନ୍ଦୋଳନରତ ଶ୍ରମିକ ।

ମେସ୍କୋ ଖଣିରେ ଶ୍ରମିକଙ୍କ ୮୦ ଦିନର ଧାରଣା

ଏଆଇଟିୟୁସି ଅନୁବନ୍ଧିତ ମେସ୍କୋ ୱାର୍କର୍ସ ୟୁନିଅନ୍ ପକ୍ଷରୁ ସେରେଣ୍ଡା-କାଶିଆ ସ୍ଥିତ ମେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ପ୍ରଦର୍ଶନ ଜାରି ରହିଛି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ୟୁନିଅନ ପକ୍ଷରୁ ଚେତାବନୀ ଦିଆଯାଇଛି । ଖଣିରେ ଅନିୟମିତତା କାରଣରୁ ମେସ୍କୋ ଖଣିକୁ ପାଖାପାଖି ୧ହଜାର କୋଟି ଟଙ୍କା ଜୋରିମାନା ହୋଇଥିଲା ।

ତେବେ ଜୋରିମାନା ପୈଠ ନ କରିବାରୁ ଏହି ଖଣି ବନ୍ଦ ରହିଥିବା ବେଳେ, ଏଠାରେ କାର୍ଯ୍ୟ କରୁଥିବା ୧୬୦ ଜଣ ଶ୍ରମିକ ଏବେ ଆଶା ଆଉ ଆଶଙ୍କାରେ । ଦରମା ନ ମିଳିବା ଫଳରେ ଶ୍ରମିକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପରିବାର ପ୍ରତିପୋଷଣରେ ବହୁ ଅସୁବିଧା ହେଉଛି । ଏହାର ସମାଧାନ ନିମନ୍ତେ ପ୍ରଶାସନ ତ୍ବରିତ ପଦକ୍ଷେପ ନେବାକୁ ଦାବି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details