ଓଡିଶା

odisha

ETV Bharat / state

ଅଶାନ୍ତ ରୁଙ୍ଗଟା ଜଜାଙ୍ଗ ଖଣି, ବକେୟା ଦରମା ଦାବିରେ ଶ୍ରମିକଙ୍କ ଆନ୍ଦୋଳନ - salary

ରୁଙ୍ଗଟା ଖଣିର ଦେଖାଦେଇ ଶ୍ରମିକ ଆନ୍ଦୋଳନ । ବକେୟା ରହିଥିବା ଦରମା ଦାବି କରି ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : May 28, 2019, 5:00 PM IST

କେନ୍ଦୁଝର: ବକେୟା ଦରମା ଦାବି କରି ଖଣିର ସମସ୍ତ ଶ୍ରମିକଙ୍କ ଆନ୍ଦୋଳନ । କେନ୍ଦୁଝର ବ୍ଲକ ଅନ୍ତର୍ଗତ ଜଜାଙ୍ଗ ଅଞ୍ଚଳରେ ଅବସ୍ଥିତ ରୁଙ୍ଗଟା ଖଣିର ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶ୍ରମିକ ଆନ୍ଦୋଳନ ଫଳରେ ଖଣିକାର୍ଯ୍ୟ ପ୍ରଭାବିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଖଣିଜ ଉତ୍ତୋଳନ ଏବଂ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଶହଶହ ଶ୍ରମିକ, ଖଣିର ୨ନଂ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ଧାରଣାରତ ଶ୍ରମିକ । ଶ୍ରମିକଙ୍କ ଅଭିଯୋଗ ହେଉଛି ଯେ, ସେମାନେ ମୋଟ୍ ୩୮ ମାସର ବର୍ଦ୍ଧିତ ଦରମା ରାଶି ପାଇବାକୁ ଥିବା ବେଳେ, କମ୍ପାନୀ କର୍ତ୍ତୃପକ୍ଷ ମାତ୍ର ୧୧ ମାସର ବର୍ଦ୍ଧିତ ରାଶି ଦେବାକୁ ରାଜି ହୋଇଛନ୍ତି ।

ତେବେ ୩୮ ମାସର ସମ୍ପୂର୍ଣ୍ଣ ବର୍ଦ୍ଧିତ ଦରମା ରାଶି ନମିଳିବା ଯାଏଁ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ବାରମ୍ବାର ଶ୍ରମିକ ୟୁନିୟନ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ହେଁ, ଶ୍ରମିକ ୟୁନିଅନ୍ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କର କଥା ଶୁଣୁ ନାହାଁନ୍ତି । ଏମିତିରେ ବାଧ୍ୟ ହୋଇ ସେମାନେ ଆନ୍ଦୋଳନର ପନ୍ଥା ଆପଣାଇଥିବା କହିଛନ୍ତି । ତେବେ ଶ୍ରମିକଙ୍କ ଅଭିଯୋଗ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ଏବଂ ଶ୍ରମିକ ୟୁନିଅନର ମତାମତ ନେବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details