ଓଡିଶା

odisha

ETV Bharat / state

OMCରେ ମେସିନ ଲୋଡିଂକୁ ବିରୋଧ, ଆନ୍ଦୋଳନରେ ଗ୍ରାମବାସୀ - କେନ୍ଦୁଝର ଶୁଆକାଠି ଓଡିଶା ଖଣିରେ ବିରୋଧ

ଓଏମସି ଖଣିରେ ଶ୍ରମିକଙ୍କ ଦ୍ଵାରା ଲୋଡିଂ କରାଯିବା ନେଇ କମ୍ପାନୀ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା । ମାତ୍ର ବର୍ତ୍ତମାନ କମ୍ପାନୀ ମେସିନ ଦ୍ବାରା ଲୋଡିଂ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତାଳକଇଁସରି ପଞ୍ଚାୟତ ଅଧିନସ୍ଥ ଇଚିଣ୍ଡା ଗ୍ରାମର ଶତାଧିକ ଗ୍ରାମବାସୀ ନିଜ ଅଞ୍ଚଳବାସୀଙ୍କୁ ରୋଜଗାର ପ୍ରଦାନ ଦାବିରେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

omc mine strike
ଓଏମସି ଖଣିରେ ମେସିନ ଲୋଡିଂକୁ ବିରୋଧ

By

Published : Dec 13, 2019, 10:14 PM IST

Updated : Dec 13, 2019, 10:29 PM IST

କେନ୍ଦୁଝର: ଓଏମସି ଖଣିରେ ଶ୍ରମିକଙ୍କ ଦ୍ଵାରା ଲୋଡିଂ କରାଯିବା ନେଇ କମ୍ପାନୀ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା । ମାତ୍ର ବର୍ତ୍ତମାନ କମ୍ପାନୀ ମେସିନ ଦ୍ବାରା ଲୋଡିଂ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକୁ ବିରୋଧ କରି କେନ୍ଦୁଝର ଶୁଆକାଠି ଓଡିଶା ଖଣି ନିଗମ ନିକଟସ୍ଥ ଇଚିଣ୍ଡା ଗ୍ରାମର ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଓଏମସି ଖଣିରେ ମେସିନ ଲୋଡିଂକୁ ବିରୋଧ

ତାଳକଇଁସରି ପଞ୍ଚାୟତ ଅଧିନସ୍ଥ ଇଚିଣ୍ଡା ଗ୍ରାମର ଶତାଧିକ ଗ୍ରାମବାସୀ ନିଜ ଅଞ୍ଚଳବାସୀଙ୍କୁ ରୋଜଗାର ପ୍ରଦାନ ଦାବିରେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଲୋଡିଂ ପଏଣ୍ଟରେ ମେସିନ ଦ୍ବାରା ଲୋଡିଂ ହେବା ଦ୍ବାରା ଖଣି ଦ୍ବାରା ବହୁ ଦିନରୁ ପ୍ରଭାବିତ ହୋଇଥିବା ଗ୍ରାମବାସୀମାନେ କିଛି ସୁଫଳ ପାଇବେ ନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଏଥିପାଇଁ ଶୁକ୍ରବାର ଲୋଡିଂ ପଏଣ୍ଟ ଫାଟକ ସାମ୍ନାରେ କୋଡ଼ି, କୋଦାଳ, ଝୁଡ଼ି ଧରି ଆନ୍ଦୋଳନ ଆରମ୍ଭ କରିଛନ୍ତି ଗ୍ରାମବାସୀ । ଏହାସହ ଯେପର୍ଯ୍ୟନ୍ତ ଓଏମସି କର୍ତ୍ତୃପକ୍ଷ ଏହି ଦାବିକୁ ମାନି ନାହାନ୍ତି । ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ଓଏମସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରଯାଇଥିଲେ ହେଁ ଯୋଗାଯୋଗ ହେଇପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Dec 13, 2019, 10:29 PM IST

ABOUT THE AUTHOR

...view details