ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ଗଣ ବିକ୍ଷୋଭ କଲେ ନିର୍ମାଣ ଶ୍ରମିକ - ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ନିର୍ମାଣ ଶ୍ରମିକ ସଙ୍ଗଠନ

ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ କରୁଛନ୍ତି ବିଭିନ୍ନ ଯୋଜନା । କିନ୍ତୁ ଏହି ଯୋଜନା ସବୁ ଶ୍ରମିକଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରୁନାହିଁ । ଏହି ଦାବି ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ନିର୍ମାଣ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ରଦାନ କରାଯାଇଛି ।

ବିଭିନ୍ନ ଦାବିରେ ଗଣ ବିକ୍ଷୋଭ କଲେ ନିର୍ମାଣ ଶ୍ରମିକ

By

Published : Sep 24, 2019, 4:16 PM IST

କେନ୍ଦୁଝର: ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ କରୁଛନ୍ତି ବିଭିନ୍ନ ଯୋଜନା । କିନ୍ତୁ ଏହି ଯୋଜନା ସବୁ ଶ୍ରମିକଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରୁନାହିଁ । ଶ୍ରମିକଙ୍କୁ ପଞ୍ଜିକରଣ, ବାର୍ଦ୍ଧକ୍ୟ ଭତ୍ତା, ବିବାହ ସମୟରେ ପରିବାରକୁ ସହାୟତା, ପ୍ରସୂତିକାଳୀନ ସହାୟତା, ଇପିଏଫ ଆଦି ଦାବି ନେଇ ନିର୍ମାଣ ଶ୍ରମିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିଭିନ୍ନ ଦାବିରେ ଗଣ ବିକ୍ଷୋଭ କଲେ ନିର୍ମାଣ ଶ୍ରମିକ

ଏହି ଦାବି ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ନିର୍ମାଣ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଦାବିପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରମିକ ସଂଘ ପକ୍ଷରୁ କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details