ଓଡିଶା

odisha

ETV Bharat / state

ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନିର୍ମାଣ ଶ୍ରମିକଙ୍କ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ମନୋଭାବର ପ୍ରତିବାଦ କରି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

By

Published : Aug 22, 2019, 2:53 PM IST

କେନ୍ଦୁଝର: ନିର୍ମାଣ ଶ୍ରମିକଙ୍କ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ମନୋଭାବର ପ୍ରତିବାଦ କରି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ନିର୍ମାଣ ଶ୍ରମିକଙ୍କ ପରିବାରକୁ ମିଳୁଥିବା ପେନସନ, ଛାତ୍ରଛାତ୍ରୀ ସହାୟତା ଆଦି ବନ୍ଦ କରିବାକୁ ବସିଲେଣି । ନୂଆ ବୋର୍ଡ ମଧ୍ୟ ଗଠନ କରୁ ନାହାଁନ୍ତି ।

ଯାହାକୁ ନେଇ କେନ୍ଦ୍ର ସରକାର ସାମାଜିକ ସୁରକ୍ଷା ଲେବର କୋର୍ଡ଼କୁ ବାତିଲ, ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକରଣ ପକ୍ରିୟା ଶେଷ ଦାବିରେ ସିଟୁ ସହ ଅନୁବନ୍ଧିତ ଓଡିଶା କନଷ୍ଟ୍ରକସନ ୱାକ୍ରର୍ସ ୟୁନିଅନ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡରୁ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଶ୍ରମ କାର୍ଯ୍ୟାଳୟ ସମ୍ମୁଖକୁ ଯାଇଥିଲେ । ଆଗାମୀ ଦିନରେ ଦାବି ଗୁଡିକ ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details