କେନ୍ଦୁଝର:ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ଖୁଣ୍ଟାପଡା ନିକଟ ପାଞ୍ଚ ଗଛିଆ ଜଙ୍ଗଲରେ ବିଳମ୍ବିତ ରାତିରେ ନିଆଁ ଲାଗିଛି । ନିଆଁର ମାତ୍ରା ଏତେ ଥିଲା ଯେ ଆୟତ୍ତ ବାହାରେ ହୋଇଯାଇଥିଲା । ଶେଷରେ ଏହି ନିଆଁ ଉଗ୍ର ରୂପ ଧାରଣ କରିବା ସହ ଏକ ଅସ୍ଥାୟୀ କ୍ୟାମ୍ପ ଜାଳି ପୋଡି ପାଉଁଶ ହୋଇଯାଇଛି ।
ଜଙ୍ଗଲ ନିଆଁରେ ଜଳିଗଲା L&T କମ୍ପାନୀର ଅସ୍ଥାୟୀ କ୍ୟାମ୍ପ - କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ
କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ଖୁଣ୍ଟାପଡା ନିକଟ ପାଞ୍ଚ ଗଛିଆ ଜଙ୍ଗଲରେ ବିଳମ୍ବିତ ରାତିରେ ନିଆଁ ଲାଗିଛି । ଫଳରେ L&T ଭିତରେ ଥିବା ଏକ ଅସ୍ଥାୟୀ କ୍ୟାମ୍ପ ଜାଳି ପୋଡି ପାଉଁଶ ହୋଇଯାଇଛି ।

ଜଙ୍ଗଲ ନିଆଁରେ ଜଳିଗଲା L&T କମ୍ପାନୀର ଅସ୍ଥାୟୀ କ୍ୟାମ୍ପ
ଜଙ୍ଗଲ ନିଆଁରେ ଜଳିଗଲା L&T କମ୍ପାନୀର ଅସ୍ଥାୟୀ କ୍ୟାମ୍ପ
ବର୍ତ୍ତମାନ ଜିଲ୍ଲାରେ ଘରେ ଘରେ ପିଇବା ପାଣି ପହଞ୍ଚାଇବା ଲକ୍ଷ୍ୟରେ କାମ ଜୋର ସୋର ଚାଲୁଥିବାବେଳେ L&T କମ୍ପାନୀ ଅନେକ ସ୍ଥାନରେ କାର୍ଯ୍ୟ କରୁଅଛି । ଏହି ଅସ୍ଥାୟୀ କ୍ୟାମ୍ପଟି L&Tର ବୋଲି ଜଣା ପଡିଛି । କାହାର କିଛି କ୍ଷତି ହୋଇ ନଥିଲେ ସୁଦ୍ଧା L&T କ୍ୟାମ୍ପର ଭିତରେ ଥିବା ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଛି । ଖବର ପାଇ ତେଲକୋଇର ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ
Last Updated : Mar 7, 2021, 9:49 AM IST