ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଭିନ୍ନ ଢଙ୍ଗରେ ପାଳିତ ହୋଇଛି କୁମାର ପୂର୍ଣ୍ଣିମା। କେବଳ ଭଲ ବର ପାଇବା ପାଇଁ ନୁହେଁ ବରଂ ପରିବାରର ସମସ୍ତ ସଦସ୍ୟଙ୍କ ଶୁଭକାମନା କରି ଏହି ଓଷା କେଉଁ ଗ୍ରାମରେ ପାଞ୍ଚଦିନ ତ କେଉଁଠି ଆଠ ଦିନ ପାଳିତ ହୋଇଛି । ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଖଡିରେ ନିର୍ମିତ ଛଟରକୁ ଚଉରାରେ ପୂଜା କରାଯାଇଛି।
ଶେଷ ଦିନ ସନ୍ଧ୍ୟାରେ ଝିଅମାନେ ସଜବାଜ ହୋଇ ଚଉରାକୁ କଇଁ ଫୁଲରେ ସଜାଇବା ସହ ଚନ୍ଦ୍ରକୁ ବନ୍ଦାପନା କରି ଖାଡିରେ ନିର୍ମିତ ଛତାକୁ ପାଣିରେ ପକାଇଛନ୍ତି । ଏଇ ଆଠ ଦିନରେ ଝିଅମାନେ ଆମିଷ ଖାଇନଥାନ୍ତି। ଶେଷ ଦିନ ସକାଳୁ ଫୁଲ ତୋଳି ଚଉରାକୁ ସୁନ୍ଦର ଭାବରେ ସଜାଇଥାନ୍ତି। ଗାଧୋଇ ସୂର୍ଯ୍ୟଙ୍କୁ ଅଘ୍ୟ ଦେଇ ଦିନଯାକ ଉପବାସ କରିଥାନ୍ତି। ସନ୍ଧ୍ୟାରେ ଚାନ୍ଦ ଆସିଲେ ବନ୍ଦାପନା କରି ଭୋଗ ପାଇଥାନ୍ତି।