ଓଡିଶା

odisha

ETV Bharat / state

ସାତଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲେଇବ କୁଡୁମି ସେନା

ଥାନା ଭିତରେ ଆସାମୀକୁ ପାଟଣା ଥାନା ଅଧିକାରୀଙ୍କ ମାଡ଼ ଘଟଣା । ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ରାଜ ରାସ୍ତାକୁ ଓହ୍ଲେଇବ କୁଡୁମି ସେନା ।

kudumi sena demand strong action
ରାଜ ରାସ୍ତାକୁ ଓହ୍ଲେଇବ କୁଡୁମି ସେନା

By

Published : May 21, 2020, 5:05 PM IST

କେନ୍ଦୁଝର: ଥାନା ଭିତରେ ଆସାମୀକୁ ପାଟଣା ଥାନା ଅଧିକାରୀଙ୍କ ମାଡ଼ ଘଟଣା । ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ରାଜରାସ୍ତାକୁ ଓହ୍ଲେଇବ କୁଡୁମି ସେନା । ଏହି ଘଟଣାରେ ଭିଡ଼ିଓ ଭାଇରଲ ପରେ କେନ୍ଦୁଝର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଘଟଣାର ତଦନ୍ତ କରି ଘଟଗାଁ ଏସଡିପିଓ ଥାନା ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଏସପିଙ୍କୁ ପ୍ରଦାନ କରିଛନ୍ତି । ହେଲେ ମାଡ଼ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲୁଥିବା ଅଭିଯୋଗ କରିଛି କୁଡୁମୀ ସେନା । ଉକ୍ତ ଘଟଣାରେ ଆସାମୀ ଜଣକ କୁଡୁମୀ ସମ୍ପ୍ରଦାୟର ହୋଇଥିବାରୁ କୁଡୁମୀ ସେନା ସାମ୍ନାକୁ ଆସିଛି । ଏନେଇ ଏସଡିପିଓଙ୍କୁ ଲିଖିତଭାବେ ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ଆଜି କୁଡୁମି ସେନା ଜିଲ୍ଲାପାଳ ଓ ଏସପିଙ୍କୁ ଦେଖାକରି ଆଇଆଇସିଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା ହେଉଥିବା ଅଭିଯୋଗ କରିଥିଲେ ।

ରାଜ ରାସ୍ତାକୁ ଓହ୍ଲେଇବ କୁଡୁମି ସେନା

ଆଗାମୀ ସାତ ଦିନ ମଧ୍ୟରେ ଜିଲ୍ଲା ପୋଲିସ ପକ୍ଷରୁ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ରାଜ ରାସ୍ତାକୁ ଓହ୍ଲେଇବ ବୋଲି ପ୍ରକାଶ କରିଛି କୁଡୁମୀ ସେନା । ରାଜ୍ୟରେ ତିରିଶ ଲକ୍ଷ କୁଡୁମୀ ଭାଇ,ଭଉଣୀ ଏକଜୁଟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପେଟେ ଉକ୍ତ ଆସାମୀର ଦୋଷ ଥିବା ବେଳେ ତାକୁ ମାଡ଼ ହୋଇଛି ବୋଲି ପୋଲିସ ପ୍ରକାଶ କରିଛି । କିନ୍ତୁ ଥାନା ଭିତରେ ମାଡ଼ ଘଟଣା ଠିକ ନୁହେଁ ବୋଲି ସ୍ବୀକାର କରିବା ସହ ଏଥିପାଇଁ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ଦିଆ ହୋଇଥିବା ଜିଲ୍ଲା ପୋଲିସ ପ୍ରକାଶ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details