ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଆଦିବାସୀ ବହୁଳ କୋହ୍ଲବେଡା ଗ୍ରାମରେ ପାଳିତ ହୋଇଛି ମକର ପର୍ବ । ଏହି ମକର ପର୍ବ ମକର ସଂକ୍ରାନ୍ତିରୁ ତିନି ଦିନ ଧରି ପାଳନ କରିଥାନ୍ତି ସାନ୍ତାଳୀ ସମ୍ପ୍ରଦାୟର ଲୋକେ ।
ଏହି ପର୍ବରେ କୋହ୍ଲବେଡା ଗ୍ରାମର ଲୋକମାନେ ଘରେ ଘରେ ପିଠା, ମିଠା, ମୁଢି, ଚୁଡା ଖାଇବା ସହ ହାଣ୍ଡିଆ ପିଇ ମାଦଳ ବଜାଇ ଆଦିବାସୀମାନଙ୍କ ପାରମ୍ପରିକ ନୃତ୍ୟ କରି ଗ୍ରାମ ପରିକ୍ରମା କରିଥାନ୍ତି ।