ଓଡିଶା

odisha

ETV Bharat / state

ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ, ନାବାଳିକା ଉଦ୍ଧାର - juvenile abduction case in kendujhar

ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ଗ୍ରାମର ନାବାଳିକା ଅପହରଣ ଘଟଣାରେ ପୋଲିସ ଅଭିଯୁକ୍ତର ମୋବାଇଲ ଟ୍ରାକିଂ କରି ବୁଧବାର ଭୋରରୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚରୁ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଭବାନୀ ବେହେରାକୁ ଗିରଫ କରିଛି । ଅଧିକ ପଢନ୍ତୁ...

ଖଲଣା ଗ୍ରାମ ନାବାଳିକା ଅପହରଣ ମାମଲାରେ ଆସାମି ଗିରଫ, ନାବାଳିକା ଉଦ୍ଧାର
ଖଲଣା ଗ୍ରାମ ନାବାଳିକା ଅପହରଣ ମାମଲାରେ ଆସାମି ଗିରଫ, ନାବାଳିକା ଉଦ୍ଧାର

By

Published : Aug 19, 2021, 8:31 AM IST

ଆନନ୍ଦପୁର: ଜିଲ୍ଲାର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ଗ୍ରାମରେ ଜଣେ ନାବାଳିକା ଝିଅକୁ ଗତ ୩ ତାରିଖରୁ ଯାଜପୁର ଜିଲ୍ଲା ଟମକା ଥାନା ଚିତିରୀ ଗ୍ରାମର ପଦ୍ମନାଭ ବେହେରାଙ୍କ ପୁଅ ଭବାନୀ ବେହେରା କେଉଁଆଡେ ଅପହରଣ କରିନେଇଥିଲା । ନାବାଳିକାର ବାପା ଏଥିନେଇ ସ୍ଥାନୀୟ ସାଇଁକୁଳ ଫାଣ୍ତିରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଘଟଣାରେ ପୋଲିସ ବିଭିନ୍ନ ଆଡେ ଚଢାଉ କରିଥିଲେ ମଧ୍ଯ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇପାରିନଥିଲା । ୧୩ ଦିନ ପରେ ପରିବାର ପକ୍ଷରୁ ଝିଅକୁ ଉଦ୍ଧାର ଦାବିରେ ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା ।

ଖଲଣା ଗ୍ରାମ ନାବାଳିକା ଅପହରଣ ମାମଲାରେ ଆସାମି ଗିରଫ, ନାବାଳିକା ଉଦ୍ଧାର

ପୋଲିସ ଦୁଇ ଦିନ ମଧ୍ଯରେ ଅଭିଯୁକ୍ତକୁ ଗିରଫ କରିବା ସହ ଝିଅକୁ ଉଦ୍ଧାର କରିବାକୁ ପ୍ରତିଶୃତି ଦେଇଥିଲେ । ତେବେ ବୁଧବାର ଭବାନୀର ମୋବାଇଲ ଟ୍ରାକିଂ କରି ବୁଧବାର ଭୋରରୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରିବା ସହ ଭବାନୀ ବେହେରାକୁ ଗିରଫ କରିଛି । ରାମଚନ୍ଦ୍ରପୁର ଥାନା ଅଧିକାରିଣୀ ବନ୍ଦନା ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ସାଇଁକୁଳ ଫାଣ୍ତି ଏସଆଇ ମାନସ ରଂଜନ ବେହେରା ପୋଲିସ ଫୋର୍ସ ସହ କପ୍ତିପଦା ପୋଲିସ ସହାୟତାରେ କପ୍ତିପଦାରୁ ଅଭିଯୁକ୍ତ ଯୁବକ ଏବଂ ନାବାଳିକାକୁ ଠାବ କରି ଉଭୟଙ୍କୁ ଆଣି ରାମଚନ୍ଦ୍ରପୁର ଥାନାରେ ହାଜର କରିଥିଲେ ।

ଆଜି(ଗୁରୁବାର) ନାବାଳିକାଙ୍କୁ ଡାକ୍ତରି ମାଇନା ପରେ ସୁଧାରଗୃହକୁ ପଠାଇ ଦିଆଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details