ଓଡିଶା

odisha

ETV Bharat / state

କେନ୍ଦୁଝରରେ ହାତୀ ଆତଙ୍କ: ଗଛରେ ମଞ୍ଚା ବାନ୍ଧି ଫସଲ ଜଗୁଛନ୍ତି ଗ୍ରାମବାସୀ - କେନ୍ଦୁଝର ଗ୍ରାମବାସୀ

ହାତୀ ଭୟରେ ଫସଲ ଜଗିବାକୁ ମଞ୍ଚା କରି ରହୁଛନ୍ତି କେନ୍ଦୁଝର ଗ୍ରାମବାସୀ । ଏନେଇ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ଯେତେ ଜଣାଇଲେ ମଧ୍ୟ ବିଭାଗର କର୍ମଚାରୀ ନିଦାବିଷ୍ଣୁ ।

ହାତୀପାଇଁ ଚିନ୍ତାରେ ଚାଷୀ

By

Published : Aug 29, 2019, 2:37 PM IST

କେନ୍ଦୁଝର: ଜିଲ୍ଲା ଏକ ବଣ ପାହାଡ଼ ଘେରା ଅଞ୍ଚଳ । ମଣିଷ ଧୀରେ ଧୀରେ ଜଙ୍ଗଲ ମୁହାଁ ହେବାରୁ ଖାଦ୍ୟ ଅନ୍ବେଷଣରେ ହାତୀ ପଲ ଏବେ ଗାଁ ମୁହାଁ । ଫଳରେ ହାତୀ ମଣିଷ ମଧ୍ୟରେ ଚାଲିଛି ସଂଘର୍ଷ ।

ହାତୀପାଇଁ ଚିନ୍ତାରେ ଚାଷୀ

ହାତୀ ଜଙ୍ଗଲ ନିକଟସ୍ଥ ଗ୍ରାମ ଗୁଡିକରେ ପଶି ଧାନ, ମକା ଆଦି ଫସଲ ଖାଉଯାଉଛନ୍ତି । ଖାଇବା ସହ ହାତୀ ପାଦରେ ଅଧାରୁ ଅଧିକ ଫସଲ ମଧ୍ୟ ନଷ୍ଟ କରୁଛନ୍ତି । ହାତୀ ଭୟରେ ଫସଲ ଜଗିବାକୁ ମଞ୍ଚା କରି ରହୁଛନ୍ତି ଗ୍ରାମବାସୀ । ଏନେଇ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ଯେତେ ଜଣେଇଲେ ମଧ୍ୟ ବିଭାଗର କର୍ମଚାରୀ ନିଦାବିଷ୍ଣୁ ।

ପ୍ରକାଶ ଯେ କେନ୍ଦୁଝର ଡିଭିଜନ ଅଧୀନରେ 90ରୁ ଊର୍ଦ୍ଧ୍ବ ହାତୀପଲ ବିଚରଣ କରୁଛନ୍ତି । ବିଶେଷ କରି ଏବେ ହାତୀ ପଲ ବାଂଶପାଳ,ସଦର ଅଞ୍ଚଳରେ ଵିଶେଷ ଭାବରେ କ୍ଷତି କରୁଛନ୍ତି । ଏନେଇ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ହାତୀ ସୁରକ୍ଷା ସାଙ୍ଗକୁ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ସେ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details