ଓଡିଶା

odisha

ETV Bharat / state

ଏଣିକି ସୁନାଥାଳିରେ ଖାଇବ କେନ୍ଦୁଝର - plastic ban

ପ୍ଲାଷ୍ଟିକ ବର୍ଜନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ କରାଯାଇଛି ନିଆରା ପଦକ୍ଷେପ । ପ୍ରଥମେ ଜିଲ୍ଲାର ବିଭିନ୍ନ ସରକାରୀ ବୈଠକରେ ପ୍ଲାଷ୍ଟିକ କପ ପ୍ଲେଟକୁ ଛାଡି ଶାଳପତ୍ରରେ ପ୍ରସ୍ତୁତ ଚଉତିରେ ଟିଫିନ ପ୍ରଦାନ କରାଯିବ । ଏହାଦ୍ବାରା ସ୍ବୟଂ ସହାୟକ ଗୋଷ୍ଠୀମାନେ ଲାଭବାନ ହେବେ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

By

Published : Sep 19, 2019, 2:50 AM IST

କେନ୍ଦୁଝର: ଆସନ୍ତା ଅକ୍ଟୋବର ୨ରେ ପାଳନ ହେବ ଗାନ୍ଧୀଜୀଙ୍କ 150ତମ ଜନ୍ମ ଜୟନ୍ତୀ । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି ପର୍ବ । ତେବେ ଗାନ୍ଧୀଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ସରକାର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ନିଷ୍ପତ୍ତି ନେଇଛନ୍ତି। ଏହି ନିୟମ ପାଳିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ସରକାର ଦେଇଛନ୍ତି କଡା ତାଗିଦ। ଲାଗୁ ହୋଇଥିବା ନୂଆ ନିୟମକୁ ନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏଣିକି ସୁନାଥାଳିରେ ଖାଇବ କେନ୍ଦୁଝର

ସବୁଠାରୁ ବଡ କଥା ହେଉଛି ଜିଲ୍ଲାରେ ଆୟୋଜିତ ସମସ୍ତ ବୈଠକରେ ବ୍ୟାନ ହୋଇଛି ପ୍ଲାଷ୍ଟିକ । ଏହା ବଦଳରେ ସୁନାଥାଳିର ମାନ୍ୟତା ପାଇଥିବା ଶାଳପତ୍ର ଚଉତିରେ ସମସ୍ତ ଅତିଥିଙ୍କୁ ଟିଫିନ ପରସା ଯାଉଛି । ଯାହାର ଏକ ନଜିର ଦିନିକିଆ କେନ୍ଦୁଝର ଗସ୍ତରେ ଥିବା ମନ୍ତ୍ରୀ ଟୁକୁନି ସାହୁଙ୍କ ବୈଠକରେ ଦେଖିବାକୁ ମିଳିଥିଲା।

ଏହି ଶାଳପତ୍ରରେ ପ୍ରସ୍ତୁତ ଖଲି, ଚଉତି ପ୍ରସ୍ତୁତିକୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏହାଦ୍ଵାରା ପ୍ଲାଷ୍ଟିକ ବର୍ଜନ ହେବା ସହ ଏହାକୁ ପ୍ରସ୍ତୁତ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ଅବସ୍ଥା ସୁଧୁରିବ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି । ପ୍ଲାଷ୍ଟିକ ବର୍ଜନ ନିଷ୍ପତ୍ତି ପରେ ଖଲି ଚଉତି ପ୍ରସ୍ତୁତ କରୁଥିବା ମହିଳାଙ୍କ ମଉଳା ମନରେ ନୂତନ ଆଶାର କିରଣ ଦେଖା ଦେଇଛି । ଅଧିକ ବ୍ୟବସାୟ ହେଲେ ଘରର ଆର୍ଥିକ ମାନଦଣ୍ଡ ସୁଧୁରିବ ବୋଲି ସେମାନେ ଆଶା ରଖିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details