କେନ୍ଦୁଝର: ମମିତା ମେହେର ହତ୍ୟାକାଣ୍ଡ ଘଟଣା ଥମିବାର ନାଁ ନେଉ ନାହିଁ । ଯାହାକୁ ନେଇ ବିଜେପି ଓ କଂଗ୍ରେସ ବିଧାନସଭାରେ ପ୍ରତିବାଦ କରିଥିଲେ । କିଛି ଦିନ ତଳେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପିଏମଜି ଘେରାଉ କରାଯାଇଥିବା ବେଳେ ପୋଲିସ ସହ ହାତାହାତି ମଧ୍ୟ ହୋଇଥିଲା । ପରେ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ପିଏମଜିରେ ପ୍ରତିବାଦ ସଭା କରାଯାଇଥିଲା । ଏହି ସମୟରେ ପୋଲିସ ପକ୍ଷରୁ ଯୁବ କଂଗ୍ରେସ ନେତାଙ୍କୁ ମାଡ଼ ମାରିବା ସହ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ପଶି ପୋଲିସ ମାଡ଼ ମାରିଥିଲା ।
SP Office Gherao: କଂଗ୍ରେସ ଅଫିସରେ ପୋଲିସର ମାଡ ଘଟଣା, SP ଅଫିସ ଘେରିଲା ଯୁବ କଂଗ୍ରେସ - କେନ୍ଦୁଝର ଏସପି ଅଫିସ ଘେରାଉ କଲା କଂଗ୍ରେସ
ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପଶି ପୋଲିସର ମାଡ଼ ଘଟଣା । ଘଟଣାକୁ ପ୍ରତିବାଦ ଜଣାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ଅଧିକ ପଢନ୍ତୁ
ଏହି ମାଡ଼ ମରା ଘଟଣାକୁ ନେଇ ସାରା ରାଜ୍ୟରେ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ଏନେଇ ଶୁକ୍ରବାର ଘଟଣାକୁ ପ୍ରତିବାଦ ଜଣାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶତାଧିକ ଯୁବ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ଆସି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ନେଇ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏହି ପ୍ରତିବାଦକୁ ଦେଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ