କେନ୍ଦୁଝର: ପ୍ରେମିକାଙ୍କ ସହ ବିତାଇଥିବା କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓକୁ ଭାଇରାଲ କରି ଗିରଫ ହୋଇଛି ପ୍ରେମିକ । ଘଟଣାଟି ହେଉଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳର । ଗତ କିଛିଦିନ ହେବ ଯୋଡ଼ା ଓ ଆଖପାଖ ଅଞ୍ଚଳରେ ଏହି କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ମୋବାଇଲକୁ ମୋବାଇଲ ଘୁରି ବୁଲୁଥିଲା । ଏହି ଘଟଣା ଜାଣିବା ପରେ ଯୁବତୀଙ୍କ ପରିବାର ପକ୍ଷରୁ ଯୋଡ଼ା ଥାନାରେ ଅଭିଯୋଗ ହୋଇଥିଲା ।
ଅଭିଯୋଗ ପରେ ଯୋଡ଼ା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ଏବଂ ଘଟଣାରେ ସମ୍ପୃକ୍ତ ପ୍ରେମିକ ଜଣକୁ ପୋଲିସ ଉଠାଇ ନେଇ ପଚରାଉଚରା କରିବା ପରେ ଆଜି ଗିରଫ କରିଥିବା ଜଣାପଡ଼ିଛି । ଡାକ୍ତରୀ ମାଇନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।