ଓଡିଶା

odisha

ETV Bharat / state

ବଜ୍ରପାତରେ ଜଳିଗଲା ଘର, 5ମାସରୁ ଖୋଲା ଆକାଶ ତଳେ ଭଗବାନ - ବିଜୁ ପକ୍କା ଘର ଯୋଜନା

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଡିମିରିଆ ଗ୍ରାମର ଭଗବାନ ନାଏକଙ୍କ ଘର ବଜ୍ରପାତରେ ପୋଡିଯାଇଥିବା ବେଳେ ଘଟଣାକୁ 5 ମାସ ବିତିଯାଇଥିଲେ ବି ଏଯାଏଁ ମିଳିନି ସହାୟତା ।

ବିତିଲା 5 ମାସ, ମିଳିଲାନି ଘର: ସହାୟତା ଅପେକ୍ଷାରେ ଭଗବାନ

By

Published : Nov 13, 2019, 5:21 PM IST

କେନ୍ଦୁଝର: ସରକାର ସାଧାରଣ ଲୋକଙ୍କ ପାଇଁ କରୁଛନ୍ତି ଅନେକ ଯୋଜନା । ଆବାସ, ପାନୀୟ ଜଳ, ଭତ୍ତା ଆଦି ଯୋଜନା ପାଇଁ ରାଜ୍ୟ ରାଜକୋଷରୁ ବ୍ୟୟ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ଏହି ଟଙ୍କା ଖର୍ଚ୍ଚ କଲା ପରେ ମଧ୍ୟ ଯୋଜନା ଗୁଡିକ ଯୋଜନା ମଧ୍ୟରେ ରହିଯାଉଥିବା ଜଣା ପଡୁଛି ।

5ମାସରୁ ଖୋଲା ଆକାଶ ତଳେ ଭଗବାନ

ଏ ହେଉଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଡିମିରିଆ ଗ୍ରାମର ଭଗବାନ ନାଏକ । ନିଜ ସାନ ଭାଇଙ୍କ ସହ ବେଶ ହସଖୁସିରେ ଚାଲିଥିଲା ଜୀବନ । ଗତ ଜୁନ ମାସରେ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରପାତରେ ତାଙ୍କ ଘର ସମ୍ପୂର୍ଣ୍ଣ ପୋଡି ହୋଇଯାଇଥିଲା । ଘରର କୌଣସି ବି ଆସବାବପତ୍ର ବଞ୍ଚି ନଥିଲା । ଆଉ ସେବେଠୁ ଗାଁ ଲୋକଙ୍କ ସହାୟତାରେ ଚାଲିଛି ଭଗବାନଙ୍କ ପରିବାରର ଭରଣ ପୋଷଣ । ମନ୍ତ୍ରୀ ଆସି ଯଥାଶୀଘ୍ର ଘର ଖଣ୍ଡିଏଁ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇ ଯାଇଥିଲେ । ହେଲେ ଏହି ଘଟଣାକୁ 5 ମାସ ବିତି ଯାଇଥିଲେ ବି ଆଜି ଯାଏଁ ଘର ଅପେକ୍ଷାରେ ଭଗବାନ ।

ଭଗବାନଙ୍କ ସାନ ଭାଇ କିଛି ସହଯୋଗ ପାଇ ଝାଟିମାଟି ଘରଟିଏ କରି ମୁଣ୍ଡ ଗୁଞ୍ଜିଛନ୍ତି । କିନ୍ତୁ ଭଗବାନ ନିଜ ଚାଳ ଖଣ୍ଡକ ନକରିପାରି ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି । ଏନେଇ ତେଲକୋଇ ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ଭଗବାନଙ୍କୁ ବିଜୁ ପକ୍କା ଘର ଯୋଜନାରେ ଘର ପ୍ରଦାନ କରାଯିବ ବୋଲି କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details