କେନ୍ଦୁଝର: କୋରୋନା ମହାମାରୀଙ୍କୁ ନେଇ ସାରା ବିଶ୍ବ ଆତଙ୍କିତ । ଏହି ମହାମାରୀକୁ ରୋକିବା ପାଇଁ ସାରା ଦେଶରେ ଏବେ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ନିଜ ଅଞ୍ଚଳରେ କିଛି ଆବଶ୍ୟକତା ଅନୁଯାୟୀ ସବୁ ଥାନା ପକ୍ଷରୁ ଗାଡି ଚଳାଚଳ ପାସର ବ୍ୟବସ୍ଥା କରାଯାଇଥିଲା ।
ତେବେ ଏହି ପାସଗୁଡିକର ବହୁ ଅପବ୍ୟବହାର ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ସମସ୍ତ ଥାନା ଦ୍ବାରା ପ୍ରଦତ୍ତ ପାସଗୁଡିକ ରଦ୍ଦ କରିଛନ୍ତି । କୋଭିଡ ୧୯ ଦାୟିତ୍ବରେ ଥିବା ସରକାରୀ ଅଧିକାରୀ, କର୍ମଚାରୀ ଓ ଡାକ୍ତରଙ୍କୁ ଏହି ପାସରୁ ବାଦ ଦିଆଯାଇଛି ।