କେନ୍ଦୁଝର: ଆରଟିଓ ଅପିସରଙ୍କୁ ମହଙ୍ଗାପଡିଲା ଟ୍ରକ ଚେକିଂ । ପୋକରାପାଣି ନିକଟ ୨୦ ନମ୍ବର ଜାତୀୟ ରାଜପଥ ବାଇପାସରେ ଚାପରା ଆରଟିଓ ସକାଳ ସମୟରେ ଚେକିଂ କରୁଥିଲେ । ଚାପରା ଆରଟିଓ ଏନ୍ଫୋର୍ସ ଟିମର ଡ୍ରାଇଭର ବିଜୟ କୁମାର ମହାନ୍ତ ଏକ ମାଲବାହୀ ଟ୍ରକକୁ ଚେକିଂ ପାଇଁ ଅଟକାଇଥିଲେ । ମାତ୍ର ଟ୍ରକଟି ବିଜୟଙ୍କ ଉପରେ ମାଡିଯାଇଥିଲା । ତେବେ ତୁରନ୍ତ ଗୁରୁତର ବିଜୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଚେକିଂ ବେଳେ ଚାପିଦେଲା ଟ୍ରକ - Keonjhar RTO officer dead
ଚାପରା ଆରଟିଓ ଏନଫୋର୍ସ ଟିମର ଡ୍ରାଇଭର ବିଜୟ କୁମାର ମହାନ୍ତ ଏକ ମାଲବାହୀ ଟ୍ରକକୁ ଚେକିଂ ପାଇଁ ଅଟକାଇଥିବାବେଳେ ତାଙ୍କୁ ଚାପିଦେଲା ଟ୍ରକ ।
![ଚେକିଂ ବେଳେ ଚାପିଦେଲା ଟ୍ରକ](https://etvbharatimages.akamaized.net/etvbharat/prod-images/768-512-5037195-thumbnail-3x2-wc.jpeg)
ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର
ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର
ଟ୍ରକଟି ଆରଟିଓ ଡ୍ରାଇଭରଙ୍କ ଉପରେ ମାଡିଯିବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣା ପଡ଼ିଛି। ଏହି ଘଟଣା ପରେ ରାଜରାସ୍ତାରେ ଆରଟିଓ ଏନ୍ଫୋର୍ସ ଟିମର ଚେକିଙ୍ଗ ସମୟରେ ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ
Last Updated : Nov 12, 2019, 12:42 PM IST