ଓଡିଶା

odisha

ETV Bharat / state

ଅମାନିଆ ଡ୍ରାଇଭରଙ୍କୁ କେନ୍ଦୁଝର ପୋଲିସର ଚାଲାଣ ଛାଟ

ମଙ୍ଗଳବାର ସକାଳୁ କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚେକିଂକୁ କଡାକଡି କରାଯାଇଛି । ଯେଉଁ ବାଇକ ଚାଳକ ହେଲମେଟ ପିନ୍ଧି ନାହାନ୍ତି କିମ୍ବା କି ଦୁଇ ଜଣଙ୍କୁ ବସାଇ ନେଉଛନ୍ତି ସେମାନଙ୍କଠାରୁ ପୋଲିସ ଫାଇନ କାଟିଛି । ଅଧିକ ପଢନ୍ତୁ...

By

Published : Apr 21, 2020, 12:35 PM IST

କୋଠୋର ହେଲା କେନ୍ଦୁଝର ପୋଲିସ, ଅମାନିଆ ଚାଳକଙ୍କ ଠୁ କାଟିଲା ଫାଇନ
କୋଠୋର ହେଲା କେନ୍ଦୁଝର ପୋଲିସ, ଅମାନିଆ ଚାଳକଙ୍କ ଠୁ କାଟିଲା ଫାଇନ

କେନ୍ଦୁଝର: ଅମାନିଆ ଗାଡି ଚାଳକଙ୍କ ପ୍ରତି କଠୋର ହୋଇଛି କେନ୍ଦୁଝର ପୋଲିସ । ମଙ୍ଗଳବାର ସକାଳୁ କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ଚେକିଂକୁ କଡାକଡି କରାଯାଇଛି । ଯେଉଁ ବାଇକ ଚାଳକମାନେ ହେଲମେଟ ପିନ୍ଧି ନାହାନ୍ତି କିମ୍ବା କି ଦୁଇ ଜଣଙ୍କୁ ବସାଇ ନେଉଛନ୍ତି ସେମାନଙ୍କଠାରୁ ପୋଲିସ ଫାଇନ କାଟିଛି ।

ସହରରେ ଯେଉଁମାନେ ବିନା ସିଟ ବେଲ୍ଟରେ ଚାରିଚକିଆ ଗାଡିରେ ଯାଉଥିଲେ ସେମାନଙ୍କଠୁ ମଧ୍ୟ ଜୋରିମାନା ଆଦାୟ କରିଛି ପୋଲିସ । ଲକଡାଉନ ନିୟମ ଉଲ୍ଲଂଘନକାରୀ ଲୋକଙ୍କଠାରୁ ହଜାରେ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି । ଲକଡାଉନ କୋହଳ ହେବାପରେ ବହୁ ଲୋକ ବଜାରକୁ ବାହାରି ଆସୁଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏହି ଚେକିଂ କଡାକଡି କରାଯାଇଛି । ଆଗାମୀ ଦିନରେ ଚେକିଂ ଆହୁରି କଡାକଡି ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।


କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details