ଓଡିଶା

odisha

ETV Bharat / state

ମେଗା ଇସ୍ପାତ ପ୍ରକଳ୍ପ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦାବିପତ୍ର - ମେଗା ଇସ୍ପାତ ପ୍ରକଳ୍ପ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲା । କିନ୍ତୁ କେନ୍ଦୁଝର ଜିଲ୍ଲା ସବୁବେଳେ ଅବହେଳାର ଶିକାର ହେଉଥିବା ଅଭିଯୋଗ ହେଉଛି । କେନ୍ଦୁଝର ଜିଲ୍ଲାରେ ମେଗା ଇସ୍ପାତ ପ୍ରକଳ୍ପ ନେଇ ଆନ୍ଦୋଳନ ଜୋର ଧରିଛି । ଅଧିକ ପଢନ୍ତୁ...

ମେଗା ଇସ୍ପାତ ପ୍ରକଳ୍ପ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ମେଗା ଇସ୍ପାତ ପ୍ରକଳ୍ପ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

By

Published : Apr 5, 2021, 5:24 PM IST

କେନ୍ଦୁଝର: ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲା । କିନ୍ତୁ କେନ୍ଦୁଝର ଜିଲ୍ଲା ସବୁବେଳେ ଅବହେଳାର ଶିକାର ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଏକ ମେଗା ଇସ୍ପାତ ପ୍ରକଳ୍ପ ହେଇପାରିନାହିଁ । ସରକାର କିଛି ଦିନ ପୂର୍ବେ କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଗା ଇସ୍ପାତ ପ୍ରକଳ୍ପ ନେଇ ମିତ୍ତଲ ସହ ଚୁକ୍ତିପତ୍ର କରିଛନ୍ତି । ଏହାପରେ କେନ୍ଦୁଝର ଜିଲ୍ଲାରେ ମେଗା ଇସ୍ପାତ ପ୍ରକଳ୍ପ ନେଇ ଆନ୍ଦୋଳନ ଜୋର ଧରିଛି । କେନ୍ଦୁଝର ପ୍ରେସ ଫୋରମ ପକ୍ଷରୁ କେନ୍ଦୁଝର ଚାଲ ଡାକରା ଦିଆଯାଇଥିଲା ।

ମେଗା ଇସ୍ପାତ ପ୍ରକଳ୍ପ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଆଜି (ସୋମବାର) ଏହି ଡାକରାରେ ଜିଲ୍ଲାରେ ବୃହତ ଇସ୍ପାତ ପ୍ରକଳ୍ପ ଦାବିରେ ଏକ ସର୍ବଦଳୀୟ ଶୋଭାଯାତ୍ରା ସ୍ଥାନୀୟ କାଳି ପଡିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା । ଏକ ପ୍ରତିନିଧି ଦଳ ଜିଲ୍ଲାରେ ବୃହତ ଇସ୍ପାତ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଯଥାଶୀଘ୍ର ଏହି ଇସ୍ପାତ ପ୍ରକଳ୍ପ ଦାବି ନମାନିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପ୍ରେସ ଫୋରମ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details