ଓଡିଶା

odisha

ETV Bharat / state

ଚାଉଳ ହେରଫେର ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ପଞ୍ଚାୟତବାସୀ

ଗରିବଙ୍କ ଖାଦ୍ୟ ସୁରକ୍ଷା ପାଇଁ ସରକାର ପିଡିଏସ ଯୋଜନାରେ ଚାଉଳ, ଗହମ ଓ କିରୋସିନ ସବ୍ସିଡିରେ ଯୋଗାଇ ଦେଉଛନ୍ତି । କିନ୍ତୁ ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତରେ ଦେଖାଦେଇଛି ଅନିୟମିତତା।

By

Published : Feb 18, 2019, 11:38 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର
କେନ୍ଦୁଝର: ଗରିବଙ୍କ ଖାଦ୍ୟ ସୁରକ୍ଷା ପାଇଁ ସରକାର ପିଡିଏସ ଯୋଜନାରେ ଚାଉଳ, ଗହମ ଓ କିରୋସିନ ସବ୍ସିଡିରେ ଯୋଗାଇ ଦେଉଛନ୍ତି । କିନ୍ତୁ ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତରେ ଦେଖାଦେଇଛି ଅନିୟମିତତା। ତେଣୁ ଏହାର ପ୍ରତିବାଦରେ ଶତାଧିକ ପଞ୍ଚାୟତବାସୀ ଘେରିଛନ୍ତି କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ।

ସେମାନେ ଅଭିଯୋଗ କରିଛନ୍ତି ଯେ, ବାୟୋମେଟ୍ରିକରେ ଟିପ ଦେଇ ଦୁଇ ମାସର ଚାଉଳ ଦେବା ପାଇଁ କହି ଗୋଟେ ମାସର ଚାଉଳ ଦେଉଛି ବଣ୍ଟନକାରୀ । ନଭେମ୍ବର ମାସର ଚାଉଳ ହଡପ ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ। ପୂର୍ବରୁ ଯୋଗାଣ ଅଧିକାରୀ, ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ ସେମାନେ । ବିଡ଼ିଓ ଏହି ଅନିୟମିତତାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ନନେବାରୁ ବାଧ୍ୟ ହୋଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ ।

ଗତ ୫ ତାରିଖରେ ରାସନ ସାମଗ୍ରୀରେ ବ୍ୟାପକ ଅନିୟମିତତା ନେଇ ସଲେଇକେନା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଥିଲେ ପଞ୍ଚାୟତବାସୀ । ପରେ ବିଡ଼ିଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏପଟେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଅଭିଯୋଗ ପତ୍ର ଗ୍ରହଣ କରି ଉପଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details