କେନ୍ଦୁଝର: କୋରୋନା କଟକଣା ପାଇଁ ପ୍ରାୟ ବର୍ଷେ ହେବ ବନ୍ଦ ରହିଛି କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଘଟଗାଁ ମା ତାରିଣୀଙ୍କ ମନ୍ଦିର । ଜିଲ୍ଲାର ଅନ୍ୟ ମନ୍ଦିର ଆସନ୍ତା ୭ ତାରିଖ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ମା ତାରିଣୀଙ୍କ ମନ୍ଦିର ଆସନ୍ତା ୧୮ ତାରିଖରେ ଖୋଲା ହେବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି ।
ଜିଲ୍ଲା ପ୍ରଶାସନର ଏହି ଅନ୍ତର ପାନ୍ତର ନୀତି ବିରୋଧରେ ଆଜି ମନ୍ଦିର ସମ୍ମୁଖରେ ମୌନବ୍ରତରେ ବସିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି ।