ଓଡିଶା

odisha

ETV Bharat / state

କେନ୍ଦୁଝର ଲକ୍‌ଡାଉନ୍‌: ହଇରାଣ ହେଲେ ଆଦିବାସୀ ଛାତ୍ରଛାତ୍ରୀ - people facing some problem

ଆଜି ମଧ୍ୟରାତ୍ରିରୁ ସାରା ଓଡିଶାରେ ଲାଗୁ ହେବ ଲକ୍‌ଡାଉନ୍‌ । ତେବେ ଏହି ଲକ୍‌ଡାଉନ୍‌ ପୂର୍ବରୁ କେନ୍ଦୁଝରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଗାଡିମଟର ବନ୍ଦ କରଯାଇଛି । ଯାହାକୁ ନେଇ ହଇରାଣ ହୋଇଛନ୍ତି ଆଦିବାସୀ ଛାତ୍ରଛାତ୍ରୀ ।

keonjhar lockdown
କେନ୍ଦୁଝର ଲକ୍‌ଡାଉନ୍‌: ହଇରାଣ ହେଲେ ଆଦିବାସୀ ଛାତ୍ରଛାତ୍ରୀ

By

Published : Mar 24, 2020, 2:26 PM IST

Updated : Mar 24, 2020, 2:38 PM IST

କେନ୍ଦୁଝର: ଆଜି ମଧ୍ୟରାତ୍ରିରୁ ସାରା ଓଡିଶାରେ ଲାଗୁ ହେବ ଲକ୍‌ଡାଉନ୍‌ । ଏହି ଲକ୍‌ଡାଉନ୍‌ ପୂର୍ବରୁ କେନ୍ଦୁଝରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଗାଡିମଟର ବନ୍ଦ କରଯାଇଛି । ଏହି ବନ୍ଦ ଯୋଗୁଁ ସାଧାରଣ ଯାତ୍ରୀ ହଇରାଣ ହେଉଥିବା ଦେଖାଯାଇଛି ।

କେନ୍ଦୁଝର ଲକ୍‌ଡାଉନ୍‌: ହଇରାଣ ହେଲେ ଆଦିବାସୀ ଛାତ୍ରଛାତ୍ରୀ

ଏହି ବନ୍ଦ ଯୋଗୁଁ ଆଜି ହଇରାଣ ହୋଇଛନ୍ତି ଜିଲ୍ଲା ମଙ୍ଗଳ ବିଭାଗ ଅଧିନସ୍ଥ ଅନ୍ବେସା ଛାତ୍ରାବାସର ଅନ୍ତେବାସୀ । ସକାଳୁ ଉକ୍ତ ଅନ୍ତେବାସୀଙ୍କ ପରିବାର ବର୍ଗ ନିଜ ଛୁଆଙ୍କୁ ନେବା ପାଇଁ ଆସିଥିଲେ । କିନ୍ତୁ ଅନ୍ତେବାସୀଙ୍କୁ ଛାତ୍ରାବାସରୁ ଆଣିବା ପରେ ଘରକୁ ଯିବା ପାଇଁ ଗାଡି ମିଳିନଥିଲା । ଫଳରେ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ସହ କେନ୍ଦୁଝର ବଜାରରେ ଗାଡି ନପାଇ ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା ।

ଏହି ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ଉକ୍ତ ଛାତ୍ରଛାତ୍ରୀ ପରିବାର ସହ ଘରକୁ ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଛନ୍ତି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Mar 24, 2020, 2:38 PM IST

ABOUT THE AUTHOR

...view details