ଓଡିଶା

odisha

ETV Bharat / state

ଅପହଞ୍ଚ ଇଲାକାରେ ଅପହଞ୍ଚ ପାନୀୟ ସେବା - ନଳକୂପ ସେବା

କେନ୍ଦୁଝର ଘୁଟୁରୁମୁଣ୍ଡାରେ ଚିନ୍ତା ବଢାଇଛି ପାନୀୟ ସେବା । କୋଟି କୋଟି ଟଙ୍କାର ସରକାରୀ ଯୋଜନା ଏହି ଅପହଞ୍ଚ ଇଲାକାରେ ଏବେ ଅପହଞ୍ଚ ପାଲଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର

By

Published : Aug 25, 2019, 2:10 PM IST

କେନ୍ଦୁଝର: ଘୁଟୁରୁମୁଣ୍ଡାବାସୀଙ୍କ ଚିନ୍ତା ବଢାଇଛି ପାନୀୟ ଜଳ । ପ୍ରଶାସନକୁ ଯେତେ ଗୁହାରୀ କଲେ ବି ମିଳୁନାହିଁ ସୁବିଧା । ସରକାର ବିଭିନ୍ନ ଯୋଜନାମାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କେନ୍ଦୁଝରରୁ ମାତ୍ର 5 କିମି ଦୂରରେ ଥିବା ଏହି ଗାଁରେ ପହଞ୍ଚି ପାରୁନି ନଳକୂପ ସେବା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର

ଏଭଳି ଏକ ଅପହଞ୍ଚ ଗାଁରେ ପାନୀୟ ସମସ୍ୟା ଭଳି ମୌଳିକ ସୁବିଧା ଯୋଗାଇ ପାରୁନାହାନ୍ତି ସରକାର। ଗାଁରେ 2ଟି ନଳକୂପ ରହିଛି ହେଲେ 2ଟି ଯାକ ସମ୍ପୂର୍ଣ୍ଣ ଅଚଳ କହିଲେ ଚଳେ । ଗୋଟିଏରୁ ପାଣି ଆଇରନ ଯୁକ୍ତ ପାଣି ବାହାରୁଥିବା ବେଳେ ଅନ୍ୟଟି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ଫଳରେ ବାଧ୍ୟ ହୋଇ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ଫଳରେ ରୋଗରେ ପଡୁଛନ୍ତି ଗ୍ରାମବାସୀ ।

ସେପଟେ, ଯଥାଶୀଘ୍ର ନଳକୂପ ମରାମତି କରାଯିବ ବୋଲି କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details