ଓଡିଶା

odisha

By

Published : Jul 30, 2022, 12:07 PM IST

ETV Bharat / state

ରାସ୍ତାରେ ନୁହେଁ ଝୁଲନ୍ତା ପୋଲରେ ଚାଲିବେ ମାଙ୍କଡ

ମାଙ୍କଡଙ୍କ ସୁରକ୍ଷା ପାଇଁ ଝୁଲନ୍ତା ଚଲାପଥ ନିର୍ମାଣ କଲା କେନ୍ଦୁଝର ବନଖଣ୍ଡ । ଜାତୀୟ ରାଜପଥ ୪୯ର ଜୁଡିଆ ଘାଟି ସାନଘାଗରା ନିକଟରେ ୨ଟି ଝୁଲା ଚଲାପଥ ନିର୍ମାଣ । ଅଧିକ ପଢନ୍ତୁ

ରାସ୍ତାରେ ନୁହଁ ଝୁଲନ୍ତା ପୋଲରେ ଚାଲିବେ ମାଙ୍କଡ
ରାସ୍ତାରେ ନୁହଁ ଝୁଲନ୍ତା ପୋଲରେ ଚାଲିବେ ମାଙ୍କଡ

କେନ୍ଦୁଝର:ଏଣିକି ରାସ୍ତା ପାର୍‌ ହେବା ସମୟରେ ଦୁର୍ଘଟଣାର ଶିକାର ହେବେନି ମାଙ୍କଡ । ମାଙ୍କଡଙ୍କ ସୁରକ୍ଷା ପାଇଁ ତିଆରି ହେଲା ଝୁଲନ୍ତା ଚଲାପଥ ବା କ୍ୟାନୋପି ବ୍ରିଜ । ଏହି ଝୁଲାପଥ ଦ୍ବାରା ରାଜପଥକୁ ସହଜରେ ଆତିକ୍ରମ କରିବେ ମାଙ୍କଡ ଗୋଷ୍ଠୀ । ମାଙ୍କଡଙ୍କ ପାଇଁ ଏଭଳି ମହତ କାର୍ଯ୍ୟ କରିଛି କେନ୍ଦୁଝର ବନଖଣ୍ଡ । ଜାତୀୟ ରାଜପଥ ୪୯ର ଜୁଡିଆ ଘାଟି ସାନଘାଗରା ନିକଟରେ ୨ଟି ଝୁଲା ଚଲାପଥ ନିର୍ମାଣ କରାଯାଇଛି ।

ରାସ୍ତାରେ ନୁହଁ ଝୁଲନ୍ତା ପୋଲରେ ଚାଲିବେ ମାଙ୍କଡ

ଏହି ଚଳାପଥ ଦ୍ୱାରା ମାଙ୍କଡମାନେ ସୁବିଧାରେ ଗୋଟିଏ ପାହାଡରୁ ଆଉ ଗୋଟିଏ ପାହାଡକୁ ଜାତୀୟ ରାଜପଥ ଦେଇ ଅତିକ୍ରମ କରି ପାରିବେ । ଜାତୀୟ ରାଜପଥରେ ଦୈନିକ ଶହ ଶହ ଟ୍ରକ ଯାତାୟତ କରୁଥିବାରୁ ମାଙ୍କଡମାନେ ଗୋଟିଏ ପାଶ୍ୱର୍ରୁ ଆଉ ଗୋଟିଏ ପାଶ୍ୱର୍କୁ ଯିବା ସମୟରେ ଦୁର୍ଘଟଣାର ଶୀକାର ହୋଇଥାନ୍ତି । ଏହି ଝୁଲନ୍ତା ରାସ୍ତା ବା କ୍ୟାନୋପି ବ୍ରିଜ ଦ୍ୱାରା ଦୁର୍ଘଟଣା ରୋକାଯାଇ ପାରିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି ।

ସିଦ୍ଧମଠ ଜଙ୍ଗଲରୁ ସାନଘାଗରା ଜଙ୍ଗଲ ଯାତାୟତ ପାଇଁ ଝୁଲନ୍ତା ଚଲାପଥ ମାଙ୍କଡଙ୍କ ପାଇଁ ବେଶ ସହାୟକ ହେବ । ଆଗାମୀ ଦିନରେ ଏହି ବ୍ରିଜ କେବଳ ମାଙ୍କଡ଼ ନୁହେଁ ଅନାନ୍ୟ ଜନ୍ତୁଙ୍କ ପାଇଁ ଚଳ ପ୍ରଚଳରେ ସାହାଯ୍ୟ କରିବ ବୋଲି ପରିବେଷିତ ମତ ଦେଇଛନ୍ତି ।

ABOUT THE AUTHOR

...view details