ଆନନ୍ଦପୁର:ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଦୂର ହେଲା ଚାଷୀଙ୍କ ସମସ୍ୟା । କେନ୍ଦୁଝର ଜିଲ୍ଲାରେ ସ୍ୱଳ୍ପ ବର୍ଷା ଏବଂ କେନାଲରେ ପାଣି ନଆସିବାରୁ ଚାଷୀମାନେ ଚାଷ କାମ ଆରମ୍ଭ ନକରି ଚିନ୍ତାରେ ପଡିଯାଇଥିଲେ । ଏବେ ଅଗଷ୍ଟ ମାସ ଆରମ୍ଭ ହୋଇଥିଲେ ବି ଜିଲ୍ଲାର ଘସିପୁରା ବ୍ଲକରେ ଚାଷ କାମ ସେତେଟା ଆଗେଇ ପାରିନି । ତେବେ ଘସିପୁରା ବ୍ଲକର ୫ଟି ପଞ୍ଚାୟତର ଚାଷୀ ମାନଙ୍କ ପାଇଁ 1980 ମସିହାରେ 25 କିଲୋମିଟର ପରିଧିରେ 4 ହଜାର ହେକ୍ଟରରୁ ଊର୍ଦ୍ଧ୍ବ ଚାଷଜମିରେ ଜଳସେଚନ ପାଇଁ ଆରମ୍ଭ ହୋଇଥିଲା ରେମାଳ ମେଗା ନଦୀବନ୍ଧ ଯୋଜନା ।
ବାଜିଲା ଖବର,ପଡିଲା ପ୍ରଭାବ: ସଫା ହେଲା କେନାଲ, ଜମିକୁ ଗଲା ପାଣି - ଚାଷୀ ସମସ୍ୟା
ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଦୂର ହେଲା ଚାଷୀଙ୍କ ସମସ୍ୟା । ଅଧିକ ପଢନ୍ତୁ...
ହେଲେ, ରକ୍ଷଣାବେକ୍ଷଣ ଅଭାବରୁ ଏହାର 7 କିଲୋମିଟର ବ୍ୟାପି ଦକ୍ଷିଣ କେନାଲରେ 3ଟି ପଞ୍ଚାୟତର ଶତାଧିକ ଚାଷୀଙ୍କ ଜମିରେ ପାଣି ମାଡୁନଥିଲା। ତେବେ ଚାଷୀ ମାନଙ୍କ ସମସ୍ୟା ସମ୍ପର୍କରେ କିଛିଦିନ ତଳେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ପରେ ପାଣି ପଞ୍ଚାୟତ ପକ୍ଷରୁ କେନାଲ ଗୁଡିକୁ ସଫା କରାଯାଇଛି । ଯାହା ଫଳରେ ଚାଷ ଜମିରେ ଠିକ ଭାବେ ପାଣି ମାଡି ପରିବା ସହିତ ଚାଷୀ ମାନେ ଚାଷ କାର୍ଯ୍ୟକୁ ଆଗେଇ ନେଇଛନ୍ତି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପାଣି ପଞ୍ଚାୟତ ତରଫରୁ କେନାଲ ସଫା କରାଯାଇ ଚାଷ ଜମିକୁ ପାଣି ମାଡାଇ ଥିବାରୁ ଚାଷୀ ମାନେ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ