ଓଡିଶା

odisha

By

Published : Nov 30, 2021, 5:48 PM IST

Updated : Nov 30, 2021, 6:18 PM IST

ETV Bharat / state

Iron Transportation: ରାଜ୍ୟ ବାହାର ଟ୍ରଲରକୁ ଜିଲ୍ଲା ଟ୍ରକ ମାଲିକ ସଂଘର ବିରୋଧ

କେନ୍ଦୁଝର ଜିଲ୍ଲାରେ ବାହାର ରାଜ୍ୟର ଟ୍ରଲର ଦ୍ବାରା ଲୁହାପଥର ପରିବହନକୁ ଜିଲ୍ଲାର ୬ଟି ଟ୍ରକ ମାଲିକ ସଂଘର ବିରୋଧ । ଅଧିକ ପଢନ୍ତୁ

Keonjhar District Truck Owners Association opposes out of state trawlers for iron transportation
Iron transportation: ରାଜ୍ୟ ବାହାର ଟ୍ରଲରକୁ ଜିଲ୍ଲା ଟ୍ରକ ମାଲିକ ସଂଘର ବିରୋଧ

କେନ୍ଦୁଝର:ଜିଲ୍ଲାରେ ବାହାର ରାଜ୍ୟର ଟ୍ରଲର ଲୁହାପଥର ପରିବହନ(Iron transportation) କରିବା ଦ୍ବାରା ଜିଲ୍ଲାରେ ଥିବା ଟ୍ରକ ମାଲିକମାନେ ଟ୍ରକ ଚଳାଇ ନ ପାରି ଚିନ୍ତାରେ ପଡିଛନ୍ତି । ବେକାର ଶିକ୍ଷିତ ଯୁବକମାନେ ବିଭିନ୍ନ ସଂସ୍ଥାରୁ ଋଣ କରି ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଟ୍ରକ ବ୍ୟବସାୟ କରି ନିଜର ପରିବାର ଚଳାଇ ଆସୁଥିଲେ । ମାତ୍ର ରାଜ୍ୟ ବାହାରର ଟ୍ରଲର ଚାଲିବା ଫଳରେ ଓ ଲୁହାପଥର ପରିବହନରେ କମ ମୂଲ୍ୟ ମିଳିବା ଦ୍ବାରା ଜିଲ୍ଲାର ଅନେକ ଟ୍ରକ ମାଲିକ ଟ୍ରକ ଚଳାଇ ନ ପାରି ଏବେ ଚିନ୍ତାରେ ପଡିଛନ୍ତି ।

ଜିଲ୍ଲାରେ ୩୪ ପ୍ରତିଶତ ଲୁହାପଥର ଗଚ୍ଛିତ ଥିବାବେଳେ ବୃହତ ଇସ୍ପାତ କାରଖାନାଟିଏ ନିର୍ମାଣ ହୋଇପାରିଲା ନାହିଁ । ଅନ୍ୟ ଜିଲ୍ଲାରେ ଥିବା OMC ( ଗୁଆଲି), JSW ( ନୂଆଗାଁ) କେ ଏନ ରାମ (ଭଦ୍ରାସାହି) ଆଦି ଖଣିରେ ବହୁ ମାତ୍ରାରେ ଟ୍ରଲର ଚାଲିବା ଫଳରେ ସ୍ଥାନୀୟ ଟ୍ରକ ମାଲିକମାନେ ଟ୍ରକ ଚଳାଇ ନ ପାରି ବେରୋଜଗାର ହୋଇଥିବା ଅଭିଯୋଗ କରିଛନ୍ତି ।

Iron Transportation: ରାଜ୍ୟ ବାହାର ଟ୍ରଲରକୁ ଜିଲ୍ଲା ଟ୍ରକ ମାଲିକ ସଂଘର ବିରୋଧ

ଏହାମଧ୍ୟ ପଢନ୍ତୁ:ଜଙ୍ଗଲ ନଷ୍ଟ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆନ୍ଦୋଳନକାରୀ

ଜିଲ୍ଲା ବାହାରର ଟ୍ରଲର ଗୁଡିକୁ ବନ୍ଦ କରିବା ନେଇ କେନ୍ଦୁଝର ଜିଲ୍ଲା ଟ୍ରକ୍‌ ମାଲିକ ସଂଘ(Truck Owners Association) ସହିତ ଯୋଡ଼ା ଟ୍ରକ ମାଲିକ ସଙ୍ଘ, ଆଞ୍ଚଳିକ ଟ୍ରକ ମାଲିକ ସଂଘ କାଳିମାଟି, ବଡ଼ବିଲ୍‌ ଟ୍ରକ ମାଲିକ ସଂଘ, ଗୁଆଲି ଟ୍ରକ୍‌ ମାଲିକ ସଂଘ, ଭଦ୍ରାସାହି ଟ୍ରକ୍‌ ମାଲିକ ସଂଘ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ।

ତେବେ ବାରମ୍ବାର ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ ମଧ୍ୟ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ସଂଘ କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଜିଲ୍ଲାର ଟ୍ରକ ମାଲିକମାନେ ନିଜର ବ୍ୟବସାୟକୁ ବଞ୍ଚାଇବା ପାଇଁ ଏକ ବିରାଟ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Nov 30, 2021, 6:18 PM IST

ABOUT THE AUTHOR

...view details