ଓଡିଶା

odisha

ETV Bharat / state

ବିଶ୍ରା ଗଣଦୁଷ୍କର୍ମ ମାମଲା; 3 ଦୁଷ୍କର୍ମକାରୀଙ୍କୁ 20 ବର୍ଷ ଜେଲ ସହ ଜରିମାନା - kendhujhar court

2017 ରାଉରକେଲାର ବିଶ୍ରା ଗଣଦୁଷ୍କର୍ମ ମାମଲା । ଦୋଷୀଙ୍କୁ 20 ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଦୌରାଜଜ । ଅଧିକ ପଢନ୍ତୁ...

ଗଣଦୁଷ୍କର୍ମ ମାମଲାର 3 ଦୋଷୀଙ୍କୁ 20 ବର୍ଷର ଜେଲ ସହ 5ହଜାର ଜରିମାନା
ଗଣଦୁଷ୍କର୍ମ ମାମଲାର 3 ଦୋଷୀଙ୍କୁ 20 ବର୍ଷର ଜେଲ ସହ 5ହଜାର ଜରିମାନା

By

Published : Jan 29, 2021, 8:30 AM IST

କେନ୍ଦୁଝର: ଗଣଦୁଷ୍କର୍ମ ମାମଲାର 3 ଦୋଷୀକୁ 20 ବର୍ଷର ଜେଲ ଦଣ୍ଡାଦେଶ । ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ହୋଇଥିବା ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି କେନ୍ଦୁଝର ଦୌରାଜଜ ଏହି ରାୟ ଦେଇଛନ୍ତି । 20 ବର୍ଷର ଜେଲ ଦଣ୍ଡାଦେଶ ସମେତ 5 ହଜାର ଟଙ୍କାର ଜରିମାନା ଶୁଣାଣି କରିଛନ୍ତି କୋର୍ଟ ।

ଗଣଦୁଷ୍କର୍ମ ମାମଲାର 3 ଦୋଷୀଙ୍କୁ 20 ବର୍ଷର ଜେଲ ସହ 5ହଜାର ଜରିମାନା

ସୂଚନାଯୋଗ୍ୟ, 2017ରେ ରାଉରକେଲାର ଜଣେ ମହିଳା ବିଲରୁ କାମ ସାରି ଘରକୁ ଫେରୁଥିଲେ । ଏହି ସମୟରେ ଉକ୍ତ 3 ଦୋଷୀ ମହିଳାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ଏକ ଜଙ୍ଗଲକୁ ଗଣଦୁଷ୍କର୍ମ କରିଥିଲେ । ଏନେଇ ବିଶ୍ରା ଥାନାରେ ଅଭିଯୋଗ ହେବା ପରେ ନିମିଳିଆ ଲାକ୍ରା, ରାଜେଶ ଲାକ୍ରା ଓ ଅଜିତ ଗୁଡିଆକୁ କୋର୍ଟ ଚାଲାଣ କରିଥିଲା ପୋଲିସ । କିନ୍ତୁ, ପଶ୍ଚିମ ଓଡିଶାରେ ଓକିଲଙ୍କ ଧର୍ମଘଟ ଯୋଗୁଁ ମାମଲା କୋର୍ଟକୁ ଯାଇ ପାରିନଥିଲା । ଫଳରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାରୁ ବିଚାର ପାଇଁ କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ କୋର୍ଟକୁ ଯାଇଥିଲା ।

ଗତ ଗୁରୁବାର ଏହି ମାମଲାରେ କୋର୍ଟ 13 ଜଣ ସାକ୍ଷ୍ୟଙ୍କ ବୟାନ ଆଧାରରେ 3 ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ । ଜରିମାନା ଅନାଦେୟ ଆଉ ଅଧିକ 1 ବର୍ଷ ଜେଲ ଦଣ୍ଡ ରାୟ ଶୁଣାଇଥିବା ଜଣାଯାଇଛି । ପୀଡିତାଙ୍କୁ ଧମକ ଚମକ ଦେବା ଅଭିଯୋଗରେ ଅଭିଯୁକ୍ତ ନିମିଳିଆ ଲାକ୍ରାକୁ ଅଧିକ 1ବର୍ଷ ଜେଲଦଣ୍ଡ ସହ ନିମିଳିଆ 21 ବର୍ଷ ଜେଲ ଦଣ୍ଡ ଭୋଗିବେ ବୋଲି କୋର୍ଟ ତାଙ୍କ ରାୟ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details