ଓଡିଶା

odisha

ETV Bharat / state

ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା: 10 ବର୍ଷ ହେବ ବନ୍ଦ ପଡିଛି ଡାକ୍ତରଖାନା - କେନ୍ଦୁଝର ବାଂଶପାଳରେ ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା

ଆଦିବାସୀ ଅଞ୍ଚଳରେ ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା । ଦୀର୍ଘ ବର୍ଷ ଧରି ବନ୍ଦ ପଡିଛି କେନ୍ଦୁଝର ବାଂଶପାଳ ବ୍ଲକର ଏକ ମାତ୍ର ହୋମିଓପାଥିକ ଚିକିତ୍ସାଳୟ । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Sep 30, 2019, 1:13 PM IST

କେନ୍ଦୁଝର: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟ ସେବା । ମେଡିକାଲ ଥାଇ ସୁବିଧା ପାଇପାରୁନାହାଁନ୍ତି ଲୋକେ । ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି । ହେଲେ ଆଜି ବି ସ୍ବାସ୍ଥ୍ୟ ସେବାକୁ ନେଇ ନାନା ଅଭିଯୋଗ ଶୁଣିବାକୁ ମିଳେ । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । ଏମିତି ଏକ ଅଭିଯୋଗ ଆସିଛି କେନ୍ଦୁଝର ବାଂଶପାଳ ବ୍ଲକରୁ । ଯେଉଁଠି ଡାକ୍ତରଙ୍କ ଅଭାବରୁ ବନ୍ଦ ପଡିଛି ହୋମିଓପାଥିକ ଚିକିତ୍ସାଳୟ ।

ଦୀର୍ଘ 10ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଉପରରାଇଗୁଡା ପଞ୍ଚାୟତରେ ଥିବା ହୋମିଓପ୍ୟାଥିକ ଚିକିତ୍ସାଳୟ । ଡାକ୍ତରଙ୍କ ଅଭାବରୁ ଏଭଳି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ମେଡିକାଲ । ଫଳରେ ସ୍ବାସ୍ଥ୍ୟଗତ ସମସ୍ୟାକୁ ନାହିଁ ନଥିବାର ହଇରାଣ ହରକତର ସାମ୍ନା କରୁଛନ୍ତି ସ୍ଥାନୀୟଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସେପଟେ, କିନ୍ତୁ ମାସକୁ ଧରେ ମାତ୍ର ଜଣେ ପିଅନ ଆସି ସଫା ସୁତୁରା କରି ପଳାଉଥିବାର ଅଭିଯୋଗ ହେଉଛି । ଆଉ ରକ୍ଷଣାବେକ୍ଷଣା ଅଭାବରୁ ଭାଙ୍ଗିରୁଜି ଗଲାଣି ମେଡିକାଲ ଘରର କାନ୍ଥବାଡି । ଫଳରେ କେନ୍ଦୁଝର ମୁଖ୍ୟଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏନେଇ ବାରମ୍ବାର ଦାବି ଜଣାଇ ଆସିଛନ୍ତି ଗ୍ରାମବାସୀ । ହେଲେ କୌଣସି ସୁବିଧା ମିଳିପାରୁନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details