ଓଡିଶା

odisha

ETV Bharat / state

ସଂଗ୍ରାହକ ସୁଜିତ: ଘରକୁ ବନାଇଲେ ଗାନ୍ଧୀ ସଂଗ୍ରହାଳୟ - COLLECTING EQUIPMENT OF GANDHI

ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଇଁ ସ୍ମୃତି ସଜାଡିଛନ୍ତି କେନ୍ଦୁଝରର ସୁଜିତ ପଟ୍ଟନାୟକ। ବାପୁଙ୍କ ସ୍ମୃତି ଲେଖାଥିବା 150ଟି ପେନସିଲ୍‌ ସହ ବାପୁଙ୍କ 150ଟି ଫଟୋ, 150ଟି ବହି, 150 ଡାକ ଟିକେଟ ଆଦି ଅନେକ ସାମଗ୍ରୀ ସେ ସଂଗ୍ରହ କରିଛନ୍ତି ।

ଡିଜାଇନ ଫଟୋ

By

Published : Oct 2, 2019, 10:21 AM IST

କେନ୍ଦୁଝର: ମୋହନଦାସ କରମଚାନ୍ଦ ଗାନ୍ଧୀ ତଥା ମହାତ୍ମା ଗାନ୍ଧୀ । ଯାହାଙ୍କ ସ୍ମୃତି ସାଇତିଛନ୍ତି କେନ୍ଦୁଝରର ସୁଜିତ ପଟ୍ଟନାୟକ । ଡାକ ଟିକେଟରୁ ଲଫାପା । ଖବର କାଗଜରୁ ପୁସ୍ତକ । ବାପୁଙ୍କ ରଚିତ ତଥା ବାପୁଙ୍କ ବିଷୟରେ ପ୍ରକାଶିତ । ସବୁ ପ୍ରକାର ସାମଗ୍ରୀ ସାଇତିଛନ୍ତି ସେ । 150 ତମ ଜନ୍ମ ଜୟନ୍ତୀ ଅବସରରେ ଡାକ ଟିକେଟ ଠୁ ଆରମ୍ଭ କରି ପୁସ୍ତକ ପର୍ଯ୍ୟନ୍ତ ସବୁର 150ଟି ଲେଖାଏଁ କପି ସଂଗ୍ରହ କରି ରଖିଛନ୍ତି । ଯାହା ତାଙ୍କ ଘରକୁ ଏକ ସଂଗ୍ରହାଳୟରେ ପରିଣତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେବଳ ସେତିକି ନୁହେଁ 150ତମ ଜନ୍ମ ଜୟନ୍ତୀ ପାଇଁ ଗାନ୍ଧୀଙ୍କ 150ଟି ଫଟୋ ଓ ବାପୁଙ୍କ ସ୍ମୃତି ଲେଖାଥିବା 150ଟି ପେନସିଲ୍‌ ମଧ୍ୟ ସେ ସଂଗ୍ରହ କରି ରଖିଛନ୍ତି । ଏହାସହ ଗାନ୍ଧୀଙ୍କ ତିନି ମାଙ୍କଡ, ଚରଖା ତଥା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ତାଙ୍କ ଘରେ ଦେଖିବାକୁ ମିଳୁଛି ।

ବାପୁଙ୍କ ସ୍ମୃତିକୁ ଏପରି ସାଇତି ରଖିଥିବା ସୁଜିତ୍‌ ଅନେକ ଥର ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ତେବେ ତାଙ୍କର ଏହି ନିଆରା ନିଶା ଆଗକୁ ଯୁବପିଢିଙ୍କୁ ଗାନ୍ଧୀଙ୍କ ଚିନ୍ତାଧାରା ସହ ଯୋଡିବ ବୋଲି ଆଶା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details